ଛତ୍ରପୁରରେ ଏଆଇଟିୟୁସିର ଧର୍ମଘଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଏଆଇଟିୟୁସି ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମିକ ସାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ୧୨ଟି ଦଫା ନେଇ ଫେବୃଆରୀ ୧୨ ତାରିଖ ଗୁରୁବାର ଦିନ ଭାରତ ବନ୍ଦ କରିବା ସହ ଧର୍ମଘଟକୁ ସଫଳ କରିଛନ୍ତି । ସାଧାରଣ ଧର୍ମଘଟ ଡାକରା ଦେଇ ଭାରତ ବନ୍ଦ ପାଳନ ଅବସରରେ ଛତ୍ରପୁର ବାଇପାସ ଅବା ୧୬ ନମ୍ୱର ଜାତୀୟ ରାଜପଥରେ ପ୍ରତୀକ ଧାରଣା ଓ ବନ୍ଦ ପାଳନ କରି ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ ଏବଂ ଏଆଇଟିୟୁସି ନେତା ନୀଳକଣ୍ଠ ଦାସ ଗିରଫ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଛତ୍ରପୁର ବାଇପାସ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଯାନବାହାନ ଚଳାଚଳରେ ଆଂଶିକ ବାଧାପ୍ରାପ୍ତ ସୃଷ୍ଟି କରିଥିଲେ । ଶ୍ରମନେତା, କର୍ମୀମାନେ ହାତରେ ପତାକା, ପୋଷ୍ଟର ବ୍ୟାନର ଆଦି ଧରି ମନରେଗା ଯୋଜନା ବଞ୍ଚାଓ, ଭି.ଜି.ରାମ-ଜୀ ଆଇନକୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ-୨୦୨୫କୁ ବାତିଲ ଆଦି ଶ୍ରମିକ ଓ କୃଷକ ତଥା ଜନବିରୋଧୀ ଆଇନ ବାତିଲ ହୋଇଥିବା ନେଇ ବିଭିନ୍ନ ନାରା ଦେଇ ଧର୍ମଘଟ କରିଥିଲେ । ଏ ଆଇ ଟିୟୁସି ନେତା ଡି. ଆଦି ନାରାୟଣ ରେଡ୍ଡୀ, ସିଏଚ. ଜନାର୍ଦ୍ଧନ ରେଡ୍ଡୀ, ଉତ୍କଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ. ଭାନୁମତୀ ରେଡ୍ଡୀ, ଏଚ୍‌.ଏମ୍‌.ଏସ୍‌. ନେତା ଡ଼ଃ. ରାଜେନ୍ଦ୍ର ଦାଶ, ଶ୍ରମିକ ନେତ୍ରୀ ମମତା ନାୟକ, ପର୍ଶୁରାମ ଗୌଡ଼, କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, କଂଗ୍ରେସ ନେତା ଅଶୋକ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଡ଼ି. ରାମସ୍ୱାମୀ ରେଡ୍ଡୀ, ମହେଶ ଗୌଡ଼, ଆଇଏନଟିୟୁସି ନେତା ଇଜୁ ଆମିନ ଖାନ୍, ନିଖିଳ ଓଡିଶା ଅଙ୍ଗନବାଡ଼ି କର୍ମୀ ସଂଘ ଛତ୍ରପୁର ଶାଖାର ସଭାନେତ୍ରୀ ବାସନ୍ତୀ ସାହୁ, ସମ୍ପାଦିକା ମିନାକ୍ଷୀ ପ୍ରଧାନ, ସକାବରୀ ବାରିକ, ସଂଯୁକ୍ତା ପଟ୍ଟନାୟକ, ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ଜଗନ୍ନାଥ ପ୍ରଧାନଙ୍କ ସମେତ ବହୁ ଶ୍ରମିକ ଏବଂ ଅଙ୍ଗନବାଡ଼ି କର୍ମୀମାନେ ଧର୍ମଘଟରେ ସାମିଲ ଥିଲେ । ଛତ୍ରପୁର ସଦର ଦପ୍ତରାଞ୍ଚଳ ଏବଂ ସହରାଞ୍ଚଳରେ ହରତାଳ ସୃଷ୍ଟି କରିଛନ୍ତି, ପ୍ରଶାସନକୁ ଶ୍ରମିକ ସାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ୧୨ଟି ଦଫା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ ।

Leave A Reply

Your email address will not be published.