csstore

ବନ୍ୟା ଅଂଚଳ ବୁଲି ଦେଖିଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଗାତାର ବର୍ଷା ଫଳରେ ଗୁଡ଼ଭେଲା ବ୍ଲକ୍‌ ଅଂଚଳର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ପୂର୍ବତନ ସାଂସଦ ତଥା ବିଜେଡ଼ି ରାଜ୍ୟ ବରିଷ୍ଠ ସଂପାଦକ କଳିକେଶ ନାରାୟଣ ସିଂହଦେଓ ପ୍ରଭାବିତ ଅଂଚଳ ବୁଲି ଦେଖିଛନ୍ତି । ତେବେ କୋତକୋ ମୁହାଣ ନାଳା ଉପରେ ବର୍ଷା ପାଣି ଆସି ରାସ୍ତା କଟି ଯାଇଥିବା ବେଳେ ଏହି ରାସ୍ତା ସହ ସଂପୃକ୍ତ ବିଭିନ୍ନ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏହି ନାଳଟି ଖାଲୁଆ ସ୍ଥାନରେ ରହିଥିବା ଯୋଗୁଁ କମ୍‌ ବର୍ଷା ହେବା ଫଳରେ ମଧ୍ୟ ପାଣି ଉପରେ ଛୁଟିଥାଏ । ଶ୍ରୀ ସିଂହଦେଓ ଏହି ଅଂଚଳ ପରିଦର୍ଶନ ସମୟରେ ସ୍ଥାନୀୟ ଜନସାଧାରଣଙ୍କ ସହ ସେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ତେବେ ଏହି ସ୍ଥାନରେ ଏକ ଉଚ୍ଚ ପୋଲ ତଥା ଓଭର୍‌ହେଡ଼୍‌ ଟେଙ୍କ ନିର୍ମାଣ ପାଇଁ ସାଧାରଣରେ ଦାବୀ ହୋଇଥିଲା । ଏହା ପରେ ଶ୍ରୀ ସିଂହଦେଓ ଉଡ଼ାଜାହାଜ ପଡ଼ିଆକୁ ଯାଇ ନିର୍ମାଣାଧୀନ ପାଇଲଟ୍‌ ଟ୍ରେନିଂ ସେଂଟର ପରିଦର୍ଶନ କରିବା ସହ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ଦୃଷ୍ଟି ଦେଇଥିଲେ । ଏଠାରେ ରନୱେ ଓ ଡ୍ରେନେଜ କାମ କରିବା ସଂଗେ ସଂଗେ ଅନୁଦାନ ରାଶି ବଢ଼ାଇବା ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଅନୁରୋଧ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଏହି ପାଇଲଟ ଟ୍ରେନିଂ ସେଂଟର ଶ୍ରୀ ସିଂହଦେଓଙ୍କ ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇ ପାରିଥିଲା । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି. ସଂପାଦକ ଦେବବ୍ରତ ପାଣିଗ୍ରାହୀ, ନେତା ରମେଶ ଜୈନ, କମଳୁ ଜୈନ, ବିନୋଦ ବିହାରୀ ବିଶ୍ୱାଲ, ବ୍ଲକ ବଜେଡ଼ି ସଭାପତି ଅରୁଣ କୁମାର ପ୍ରଧାନ, ତୁଷୁରା ନଗର ସଭାପତି ଅଜୟ ଜୟଶ୍ୱାଲ, ରାଜକିଶୋର ମେହେର, ଶାନ୍ତନୁ ବେହେରା, ରାଜା ବଗର୍ତ୍ତି, ଶରତ ଚନ୍ଦ୍ର ସାହୁ, ଲାଲବାହାଦୁର ଗୁପ୍ତା ପ୍ରମୁଖ ସାମିଲ୍‌ ଥିଲେ ।

jayashree
Leave A Reply

Your email address will not be published.