
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ପରିସରରେ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଇଂ ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ହାଇଟେକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରେମାନନ୍ଦ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ୩୩ ଜଣ ୮୩ ବର୍ଷିୟ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଅରବିନ୍ଦ ପାତ୍ର ମଞ୍ଚ ସଂଯୋଜନା ସହ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଅନୁଷ୍ଠାନର ସଚ୍ଚିଦାନନ୍ଦ ମିଶ୍ର, ଅନିରୁଦ୍ଧ ଦାସ, ଧନଞ୍ଜୟ ଦାଶ, ତ୍ରିଲୋଚନ ମଥାନ, କୃଷ୍ଣଚନ୍ଦ୍ର ମହାନ୍ତି, କପିଳେଶ୍ଵର ମହାରଣା, ଚାନ୍ଦମଣି ବେହୁରା, ନାରାୟଣ ଚନ୍ଦ୍ର ସାମଲ, ଗୌରୀଶଙ୍କର ମିଶ୍ର, ଭଗବାନ ଚନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ପ୍ରଧାନ, ଧରଣୀଧର ସାମଲ, ବଂଶୀଧର ପରିଡ଼ା, ଶତୃଘ୍ନ ଜେନା, ଅକ୍ଷୟ କୁମାର ନାୟକ, ବସନ୍ତ କୁମାର ଜେନା, ବିକ୍ରମ ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।