jsm

କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବଢ଼ୁଛି

csstore

ସମ୍ବଲପୁର, (ଦାମୋଦର ପଣ୍ଡା) : ଯୁବପିଢିଙ୍କ ଦ୍ଵାରା ଆଦୃତ ନିଶା କୋରେକ୍ସ କାରବାର ସହର ତଥା ଗ୍ରାମାଞ୍ଚଳରେ ବ୍ୟାପକ ଉପଲବ୍ଧ ହେଉଛି, ଯଦିଓ ପୋଲିସ ଚଢଉ କରି ଜବତ କରିବା ସହ ଅପରାଧୀଙ୍କୁ ଗିରଫ କରିଛି। ଗତ ଦୁଇମାସ ଭିତରେ ୬୦୦୦ ରୁ ଅଧିକ ବୋତଲ ଧରିସ।ରିଛି ଓ ୧୮ ଜଣଙ୍କୁ ଗିରଫ କରିଛି, ତଥାପି ବଜାରରେ ଏହି କାରବାର ଜ।ରିରହିଛି। ଉଦ୍ବେଗର ବିଷୟ ଯେ ଏହା ସହ ଅପମିଶ୍ରିତ ତରଳ କୋରେକ୍ସ୍ ଜବତ ହେଉଛି, ଯାହା କୌଣସି ସମୟରେ ଅଘଟଣ ଘଟିବାର ସମ୍ଭାବନା ରହିଛି। ଏହା ସହ ବିପୁଳ ପରିମାଣରେ ନାଇଟ୍ରୋଜିନ୍‌ ମଧ୍ୟ ଜବତ କରାଯାଇଛି।
ନିଶା କାରବାର ସହ ଏକ ବିରାଟ ନେଟ୍ ୱର୍କ୍କ କାମ କରୁଛି। ଏହାର ମୂଳ ଉତ୍ସ ପର୍ୟ୍ୟନ୍ତ ପୋଲିସ ପହଂଚି ପାରୁନାହିଁ। ଅପରପକ୍ଷରେ କଟକଣା ସମୟରେ ମଧ୍ୟ ଅପମିଶ୍ରିତ ବିଦେଶୀ ଓ ଦେଶୀ ମଦ ଗଳି କନ୍ଦିରେ ବେଫିକର୍ ବିକ୍ରୀ ଚାଲିଛି। ଏହାର ସମ୍ପୂର୍ଣ୍ଣ ନିରାକରଣ ପୋଲିସ ପାଇଁ ଏକ ଚାଲେଞ୍ଜ ନିଶ୍ଚୟ।

yuvodaya
Leave A Reply

Your email address will not be published.