jsm

୫୦ତମ ଠିକାଦାରପଡା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଠିକାଦାରପଡା ଦୁର୍ଗା ମଣ୍ଡପ ପରିସରରେ ଚଳିତ ବର୍ଷ ୫୦ତମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ମହାସମାରୋହରେ ପାଳନ କରାଯିବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଏଥିରେ ଆବାହକ ବରିଷ୍ଠ ନାଗରିକ ସୁରେନ୍ଦ୍ର ବାଗ ପ୍ରଥମେ ସଭା ପରିଚାଳନା କରିଥିଲେ । ବରିଷ୍ଠ ଆଇନଜିବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜା ପାଇଁ କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ପ୍ରବୀଣ ମିଶ୍ର, ଉପ-ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ଅନୀଲ ପାଣିଗ୍ରାହୀ, ସହ-ସଂପାଦକ ସମୀର ମିଶ୍ର, କୋଷାଧ୍ୟକ୍ଷ ଭାବେ କାଳି ଚରଣ ବିଶ୍ୱାଳ, ଆବାହକ ଭାବେ ସୁରେନ୍ଦ୍ର ବାଗ ମନୋନିତ ହୋଇଥିବା । ବୈଠକରେ ଶ୍ରୀ ବାଗ ସ୍ୱାଗତ ଜଣାଇ ସଭା ପରିଚାଳନା କରିଥିବା ବେଳେ ଉପଦେଷ୍ଟା କମିଟିରେ ଧୃବ ଜୁଏଡ, ଅରବିନ୍ଦ ପଦାରିଆ, ପ୍ରଦୀପ ସାମନ୍ତରାୟ, ମନୋଜ ଗୁରୁ, ରଂଜିତ ବେହେରା, ପ୍ରତ୍ୟୁଷ ଖୁଆସ, ଶେଷଦେବ ଜୁଏଡ, ଲକ୍ଷିନ୍ଦ୍ର ସାହୁ, ବାସୁଦେବ ମହାନନ୍ଦ, ନରେନ୍ଦ୍ର ଜାଲ, କୈଳାସ ବିଶ୍ୱାଳ, ଦୁର୍ଯ୍ୟୋଧନ ମାଝୀ, ରବି ସାହୁ, ରମାକାନ୍ତ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.