“ପୃଥିବୀସଂକଳ୍ପ”

ରାଉରକେଲା, (ସସ୍ମିତା ପ୍ରଧାନ) : ୪ ଏବଂ ୫ ଅଗଷ୍ଟ ୨୦୨୫ ଦୀର୍ଘ ଦୁଇଦିନ ଧରି ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପୃଥିବୀ ସଂକଳ୍ପ ଉପରେ ପ୍ରସିଦ୍ଧ ପରିବେଶ ସଂଗଠନ ଟ୍ରଷ୍ଟଙ୍କ ତରଫରୁ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ “ପୃଥିବୀ ବଞ୍ଚାଅ”ଟ୍ରଷ୍ଟର ସଂସ୍ଥାପକ ନିହାର ରଞ୍ଜନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କର୍ନେଲ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି ପରିବେଶ ସୁରକ୍ଷା ଉପରେ ଅତି ସରଳ ଭାବରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଡ. ଲଳିତ ନାରାୟଣ ରଥ, ଡ. ପଦ୍ମିନୀ ପାଣିଗ୍ରାହୀ, ଡ. ହେମନ୍ତ କୁମାର ମିଶ୍ର, ଡ. ଉଷାରାଣୀ ଆଚାର୍ଯ୍ୟ, ପ୍ରଫେସର ସଞ୍ଜୟ ସାମନ୍ତରାୟ, ଡ. ପ୍ରଭାତ କୁମାର ଦାସ ତଥା ଡ. ପ୍ରଦୀପ କୁମାର ପଟ୍ଟଯୋଶୀଙ୍କ ଭାଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଆଞ୍ଚଳିକ ଅଫିସର ଲୋକନାଥ ପ୍ରଧାନ ସ୍ୱାଗତ ଭାଷଣ ରେ ଅତ୍ୟନ୍ତ ଜ୍ଞାନଦାୟକ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ପୃଥିବୀ ବଞ୍ଚାଅ ଅଭିଯାନକୁ ନେଇ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରକୃତି ପ୍ରତି ଗଭୀର ସମ୍ମାନ ଓ ଦାୟିତ୍ୱବୋଧ ହେଇ ଗଢ଼ିତୋଳିବାର ଡିଏଭି ସ୍କୁଲ ଓ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ପୃଥିବୀ ବଞ୍ଚାଅ କାର୍ଯ୍ୟକ୍ରମ ଏକ ସୁନ୍ଦର ପଦକ୍ଷେପ ପାଇଁ ଆହ୍ୱାନ ଥିଲା

Leave A Reply

Your email address will not be published.