oom

ଲୋକ ଉନ୍ନତି ସଂଗଠନ ପକ୍ଷରୁ ଶିକ୍ଷା ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ବାଗତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ଏହି ବ୍ୟବସ୍ଥାରେ ବହୁ ବିଦ୍ୟାର୍ଥୀ ପାଠପଢ଼ାରୁ ବଞ୍ଚିତ ହୋଇଥିବାରୁ ପାଠପଢ଼ା ଏବେ ଠପ୍ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ପିଲାମାନଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥାର ବିକଳ୍ପ ଭାବେ ଶିକ୍ଷା ସମ୍ପର୍କ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାକୁ ନେଇ ଦେଓଗାଁ ବ୍ଲକ୍ ଲୋକ ଉନ୍ନତି ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ସଂଗଠନର ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ସଭାନେତ୍ରୀ ଶ୍ରୀମତୀ ଶାନ୍ତି ଭୋଇ, ଦେଓଗାଁ ବ୍ଲକ ସଭାନେତ୍ରୀ ସୁଷମା ପୁଟା, ବ୍ଲକ୍ ସଂଯୋଜକ ରୂପଧର ପୁଟା, ସହ ସଂଯୋଜକ ପିତାମ୍ବର ପଧାନ୍, ପୁରନ୍ଦର ଭୋଇ, ବିକ୍ରମ ସାହୁ, ସୁଶିଲ ନନ୍ଦ, ବିଦ୍ୟାଧର ଜାଲ ଓ ଗ୍ରାମ୍ୟ କମିଟିର ସଭ୍ୟ, ସଭ୍ୟା ପ୍ରମୁଖ ପ୍ରମୁଖ ପ୍ରେସ ବିବୃତି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। 
 ସୂଚନା ଯୋଗ୍ୟ ଯେ, ଏହି ଲୋକ ଉନ୍ନତି ସଂଗଠନର କର୍ମକର୍ତ୍ତା ତଥା ଗ୍ରାମ୍ୟ କମିଟିର ସଭ୍ୟ, ସଭ୍ୟାଙ୍କ ନେତୃତ୍ୱରେ ଗତ ଜୁନ ମାସଠାରୁ ‘ହମାରେ ମାଙ୍ଗ ଅଚ୍ଛା ସ୍କୁଲ୍, ସୁଧାରତ୍ମକ ଶିକ୍ଷା’ ମାଧ୍ୟମରେ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାର ବିକଳ୍ପ ବ୍ୟବସ୍ଥା କରିବାକୁ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷାପ୍ରେମିମାନଙ୍କୁ ନେଇ ଭିଡ଼ିଓ କ୍ଲିପ୍ ପ୍ରସ୍ତୁତ କରି ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ଵୀଟ୍ ଯୋଗେ ଜଣାଯାଇଥିଲା ଏବଂ ଦସ୍ତଖତ ଅଭିଯାନ ଚାଲୁ ରହିଥିଲା। 

jittmm
Leave A Reply

Your email address will not be published.