
ସୁନ୍ଦରଗଡ଼ :ସୁନ୍ଦରଗଡ ଆମ୍ବିଆନସ ନିକଟରେ ଜଳିଗଲା କୋଇଲା ବୋଝେଇ ଟ୍ରଲର । ଟ୍ରଲଟି ହେମଗିରିରୁ କୋଇଲା ବୋଝେଇ କରି ଆସି ଆମ୍ବିଆନସ ହୋଟେଲ ନିକଟରେ ଠିଆ ହୋଇଥିବା ବେଳେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଶୁକ୍ରବାର ସକାଳୁ ବିଜୁ ଏକ୍ସପ୍ରେସ ୱେ ପାଖରେ ଥିବା ଆମ୍ବିଆନସ ହୋଟେଲ ପାଖରେ ଠିଆ ହୋଇ ରହିଥିବା ଏକ ଟ୍ରଲରକୁ ପଛ ପଟୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରଲର । ଏହା ପରେ କୋଇଲା ବୋଝେଇ ଟ୍ରଲରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚି ଯାଇଛି ଡ୍ରାଇଭର । ଘଟଣାସ୍ଥାଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।