oom

ଦେଓଗାଁ ବ୍ଲକକୁ ଆସିଲେ ହାତୀ : ନଷ୍ଟ କଲେ ଧାନ, ମକ୍କା ଫସଲ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ବର୍ତମାନ ଚାଷ କାମରେ ବ୍ୟସ୍ତ ରହିଛନ୍ତି ଚାଷୀ । ଏହି ସମୟରେ ଦାଉ ସାଜୁଛନ୍ତି ଜଙ୍ଗଲୀ ହାତୀ। କେତେବେଳେ ପନିପରିବା ତ ପୁଣି କେତେବେଳେ ଧାନ ଓ ମକ୍କା ଖାଇବା ସହ ମାଡ଼ିଦଳି ନଷ୍ଟ କରି ଦେଉଛନ୍ତି । ଯାହାଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀ ଆତଙ୍କିତ ହୋଇ ରହୁଥିବା ବେଳେ ହାତୀ ଘଉଡ଼ାଇବାରେ ଫେଲ ମାରୁଛନ୍ତି ବନ କର୍ମଚାରୀ । ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଗାଁଗୁଡିକରେ ୩ ଦିନ ହେଲା ୨ ରୁ ୩ଟି ହାତୀ ଧାନ ଚାଷକୁ ମାଡ଼ି ନଷ୍ଟ କରିଥିବା ଜଣାପଡ଼ିଛି । ମୁକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଗାଁର ଚାଷୀ ଧୁବା ପଟେଲ, ମଗଶିର ବିଶ୍ୱାଳ, ଅର୍ଜୁନ ବିଶ୍ୱାଳ, ହଳଧର ରଣା, ଶିବକାନ୍ତ ପ୍ରଧାନଙ୍କ ଧାନ, ମକା, ଝୁଡ଼ଙ୍ଗ ଚାଷକୁ ନଷ୍ଟ କରିଛନ୍ତି। ଏନେଇ ଆଠଗାଁ ଫରେଷ୍ଟର ଠଣସୁନ୍ଦର ଧରୁଆଙ୍କୁ ପଚାରିବାରୁ ୨ ପଟ ହାତୀ ଆସି ମଠଖାଇ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି । ଚାଷକୁ ସୁରକ୍ଷା ଦେବା ସହ ହାତୀ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି । ହାତୀକୁ ସୁରକ୍ଷା ଦେବା ସହ ଚାଷୀର ଫସଲ ରକ୍ଷାକୁ ଗୁରୁତ୍ୱ ଦେବା ଉଚିତ୍ ବୋଲି ଚାଷୀ ମହଳରେ ଦାବୀ ହେଉଛି।
ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ହାତୀ ପଲ ଦେଓଗାଁ ଅଞ୍ଚଳକୁ ଆସି ଚାଷ ଉଜାଡ଼ି ଦେଇଥିଲେ। ଉପରଝର ଜଙ୍ଗଲରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା । ଗତ ବର୍ଷ ହାତୀ ପଲ ମକ୍କା ବାଡ଼ିରେ ଭଙ୍ଗାରୁଜା କରିବ ସହ ଫସଲ ନଷ୍ଟ କରିବା ପରେ ବିଦ୍ୟୁତ ତାରରେ ଏକ ଦନ୍ତା ହାତୀର ମୃତ୍ୟୁ ମଧ୍ୟ ହୋଇଥିଲା।

jittmm
Leave A Reply

Your email address will not be published.