ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ହୋତାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାତିରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ହୋତା(୭୨)ଙ୍କ ସ୍ଥାନୀୟ ମହାଲକ୍ଷ୍ମୀନଗର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ନିକଟରେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କ ହାର୍ଟ ଅପରେସନ୍‌ ହୋଇଥିବା ବେଳେ ତତ୍‌ଜନିତ ସମସ୍ୟାରେ ତାଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ସ୍ୱାମୀ ନରସିଂହ ବାବୁ, ଭାଇ ଡା. ରାମଚନ୍ଦ୍ର ହୋତା, ଲକ୍ଷ୍ମଣ ଚନ୍ଦ୍ର ହୋତା ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ । ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିବା ବେଳେ ଜଣେ ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ଆଜି ସକାଳୁ ବିଭୂତିପଡ଼ା ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

Leave A Reply

Your email address will not be published.