ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଗୌତମବୁଦ୍ଧନଗର, (କେପିଏନ୍‌ଏସ୍‌) : ଉତ୍ତର ପ୍ରଦେଶରେ ବରିଷ୍ଠ ସାମ୍ବାଦିକଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ୟୁପି ୱାର୍କିଂ ଜର୍‌ନାଲିଷ୍ଟ ୟୁନିଅନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୌତମବୁଦ୍ଧନଗର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଦସ୍ୟ ବଲିଆ ନିବାସୀ ଶ୍ରୀ ରତନସିଂହଙ୍କ ହତ୍ୟାର ଦୃଢ଼ ନିନ୍ଦା କରାଯାଇ କୁହାଯାଇଛି ଯେ, ଗତ ରାତିରେ କେହି ଅସାମାଜିକ ବ୍ୟକ୍ତି ତାଙ୍କୁ ଗୁଳି କରି ନୃଶଂସ ଭାବରେ ହତ୍ୟା କରିଥିବା ବେଳେ ଏଭଳି ଜଣେ ଉତ୍ସାହୀ ଓ ଯୁବ ଗଣମାଧ୍ୟମକର୍ମୀଙ୍କୁ ହରାଇଥିବାରୁ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ସଂପୃକ୍ତ ଅସାମାଜିକ ତତ୍ତ୍ୱକୁ ତୁରନ୍ତ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏଥିସହିତ ସ୍ୱର୍ଗତ୍‌ ସାମ୍ବାଦିକ ରତନସିଂହଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ଯଥେଷ୍ଟ ସହଯୋଗ ପ୍ରଦାନ ପୂର୍ବକ ୫୦ ଲକ୍ଷ ଟଙ୍କାର ଅନୁଦାନ ସହ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.