jayashree

କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’

ଭବାନୀପାଟଣା,(କେପିଏନ୍‌ଏସ୍‌) : ମହାପାର୍ବଣ ନୂଆଖାଇ ଅବସରରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଆୟୋଜିତ ହୋଇଯାଇଛି ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’ କାର୍ୟ୍ୟକ୍ରମ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ଡିଜିଟାଲ୍ ମିଡିଆ ‘ଓଡ଼ିଆ ବାର୍ତ୍ତା’ ସହଯୋଗରେ ଅନ୍‌ଲାଇନ୍‌ରେ ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା କବି ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟ ବକ୍ତା ଓ ବିଶିଷ୍ଟ ଗାଳ୍ପିକା ହୀରଣ୍ମୟୀ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ ଗାଳ୍ପିକ କ୍ଷେତ୍ରବାସୀ ନାଏକ ଓ କବି ଋତୁରାଜ ମାଝୀ । ସଭାପତିତ୍ୱ କରିଥିଲେ କଳାହାଣ୍ଡି ଯୁବ ଲେଖକ ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ । ଯୁବ ଲେଖକ ତଥା କଳାକାର ଡିଲେଶ୍ୱର ରଣାଙ୍କ ସଂଯୋଜନାରେ ଯୁବ ଲେଖକ ସଂଜୀବ କୁମାର ପଣ୍ଡା, ନଳିନକାନ୍ତ ଦାଶ, ରମେଶ ଜେନା, ଅର୍ଜୁନ ଗୋପାଳ, ଦୀପ୍ତିମୟୀ ସିଂ, ଯୁଧିଷ୍ଠିର ମୁଦୁଲି, ମଳୟ କରୁଆଁ, ଦକ୍ଷ ସାହୁ, ଜ୍ୟୋତ୍ସ୍ନାମୟୀ ନିଆଲ, ସବ୍ୟସାଚୀ ବିଷୋୟୀ, କାଜଲ ମହାରଣା, ମୋହନ ବିଶି, ସୁମତି ମୁଣ୍ଡ, ଆନନ୍ଦ ସଗରିଆ, ରମଣ କୁମାର ନାଗ, ଆଶିଷ କୁମାର ସ୍ୱାଇଁ, ଶ୍ୟାମ ସୁନ୍ଦର ବାଣୁଆ, ମନୋଜ ମେହେର, ସୁଶାନ୍ତ କୁମାର ବାରିକ, ଭାର୍ଗବୀ ମାଝୀ, ଯଯାତି କିଶୋର ବଗର୍ତ୍ତୀ, ସୌମ୍ୟଶ୍ରୀ ବାରିକ, ଫକୀର ପଟ୍ଟନାୟକ, ଚନ୍ଦନ ସାହୁ, ଉମାକାନ୍ତ ଦାସ, ସୌଭାଗ୍ୟ ରଞ୍ଜନ ମହାପାତ୍ର, ନୀଳାମ୍ବର ମହାନନ୍ଦ ପ୍ରମୁଖ ଗପ ଓ କବିତା ପାଠ କରିଥିଲେ । କଣ୍ଠଶିଳ୍ପୀ ଲିପ୍‌ସା ମହାରଣା, ସାବିତ୍ରୀ ମହାରଣା, ଚିନ୍ମୟୀ ବୈଠାରୁ, ସୁକନ୍ୟା ଦାସ ଓ ଲିପ୍‌ସାମୟୀ ଦୁବେ ଲୋକଗୀତ ଗାଇ ନୂଆଖାଇ ମାହୋଲ୍‌କୁ ସରଗରମ କରିଥିଲେ ।

Leave A Reply

Your email address will not be published.