jsm

ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି : ଜିଲ୍ଲାପାଳ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି, ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି । ଜିଲ୍ଲାର ସମସ୍ତ ୨୨ ଗୋଟି ବ୍ଲକରେ ଧାନ ସଂଗ୍ରହ ପ୍ରକ୍ରିୟା ଜୋର୍‌ଦାର୍‌ ଆରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଅଧିକାରୀ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି । ଚାଷୀଙ୍କ ଧାନ କିଭଳି ମିଲର ମାନେ ସଂଗ୍ରହ କରୁଛନ୍ତି ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୋଡାଲ ଅଧିକାରୀ ଗଣ ବିଭିନ୍ନ ବ୍ଲକ୍ ଦାୟିତ୍ୱରେ ରହି ଧାନ ସଂଗ୍ରହ ପ୍ରକ୍ରିୟା କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ନଜର ରଖୁଛନ୍ତି । ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ସମସ୍ତ ମଣ୍ଡି ପରିଦର୍ଶନ କରି କାର୍ଯ୍ୟ ଗୁଡ଼ିକର ପରିଚାଳନା ସଠିକ ଭାବେ ଚାଲିବ ସେଥି ସକାଶେ ତତ୍ପରତା ପ୍ରକାଶ କରୁଛନ୍ତି । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହିତ ସେମାନଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରେ ଯେଭଳି ବିଶୃଙ୍ଖଳା ପରିସ୍ଥିତି ଦେଖାଯିବ ନାହିଁ, ଚାଷୀ ଯେଭଳି ଉଚିତ ମୂଲ୍ୟ ପାଇବେ ତାହା ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାକୁ ଧାନ ସଂଗ୍ରହ ୪୪ ଲକ୍ଷ ୮୧ ହଜାର ୨୬୧ କ୍ଵିଣ୍ଟାଲ ଥିବାବେଳେ, ୩୬୧ ମିଲର ଅଂଶଗ୍ରହଣ କରିଛନ୍ତି । ବର୍ତ୍ତମାନ୍ ସୁଦ୍ଧା ୪୯ ହଜାର ୫୨୦ ଜଣ ଚାଷୀଙ୍କ ଠାରୁ ୨୧ ଲକ୍ଷ ୯୭ ହଜାର ୫୬୦ କ୍ଵିଣ୍ଟାଲ ଧାନ ସଂଗ୍ରହ କରାଯାଇ ଏଯାବତ୍ ୪୧ ହଜାର ୫୧୫ ଜଣ ଚାଷୀଙ୍କୁ ୪୨୭ କୋଟି ୨୩ ଲକ୍ଷ ୬୮ ହଜାର ୬୮୦ ଟଙ୍କା ପ୍ରଦାନ କରାଯାଇଛି ।

yuvodaya
Leave A Reply

Your email address will not be published.