ମୋଟା ଅଙ୍କର ଦରମା ବି ଅଣ୍ଟିଲାନି : ଶେଷରେ ୫ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି ଭରସୁଜା ଓ ଆଗଲପୁର ପିଇଓ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ପିଇଓ ଭାବେ କାର୍ଯ୍ୟରତ ଥିଲେ । ମୋଟା ଅଙ୍କର ଦରମା ବି ପାଉଥିଲେ । ହେଲେ ମୋଟା ଅଙ୍କର ଦରମା ବି ଅଣ୍ଟିଲାନି । ଶେଷରେ ୫ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି ପିଇଓ ବାବୁ ଜଣକ । ଗିରଫ ପିଇଓ ବାବୁ ଜଣକ ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ ହୋଇଥିବା ବେଳେ ତାଙ୍କୁ ଆଗଲପୁର ପୋଲିସ ଗିରଫ କରିଥିବା ନେଇ ଏସ୍‌ଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି । ଗତ କିଛି ମାସ ହେବ ପିଇଓ ରାଜକିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ବେଳେ ପିଇଓ ରାଜକିଶୋର ବିଭିନ୍ନ ଯୋଜନାରେ ୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେର୍‌ଫେର କରିଥିବା ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଡିଓ ମହାପାତ୍ର କୁଲଦୀପ ମହାନ୍ତି । ବିଡିଓଙ୍କ ଅଭିଯୋଗ ଆଧାରରେ ଆଗଲପୁର ପୋଲିସ ଆଜି ମାମଲା ରୁଜୁ କରି ପିଇଓ ରାଜକିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଏସ୍‌ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.