ରାଜ ପରମ୍ପରା ଖଣ୍ଡା ଧୂଆ ସହ ରାଜବାଟୀରେ ହେଲା ଦୁର୍ଗା ପୂଜା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ରରେ ରାଜତନ୍ତ୍ରର ମହକ ଦେଇଥାଏ ପଦ୍ମପୁର ସାର୍ବଜନୀନ ଦୁର୍ଗା ପୂଜା । ପୁରାତନ ବୋଡାସମ୍ବର ରାଜାଙ୍କ ଶାସନାଧିନ ଅଂଚଳ ମାନଙ୍କରେ ଆଜି ମଧ୍ୟ ସମସ୍ତେ ମିଶି ପଦ୍ମପୁର ରାଜ ବାଟିରେ ହିଁ ପାମ୍ପାରିକ ରୀତିନୀତି ଅନୁଯାୟି ବିଲ୍ୱ ବରଣ ଓ ଖଣ୍ଡା ଧୁଆସହ କରିଥାନ୍ତି ମାଁଙ୍କ ଅରାଧନା । ରାଜକୀୟ ପରମ୍ପରା ଓ ରୀତିନୀତିରେ ଖଣ୍ଡା ଧୂଆ ସହ ପଦ୍ମପୁର ରାଜବାଟୀରେ ଆରମ୍ଭ ହେଲା ଦୁର୍ଗାପୂଜା । ବହୁ ପୂରାତନ କାଳରୁ ପଦ୍ମପୁର ରାଜବାଟୀରେ ହୋଇ ଆସୁଥିବା ଏହି ପୂଜା ବହୁ ଧୁମଧାମରେ ପାଳିତ ହୋଇଥାଏ । ରାଜବାଟୀ ମଣ୍ଡପରେ ଆବାହମାନ କାଳରୁ ହୋଇ ଆସୁଥିବା ଏହି ପୂଜାରେ ସାମିଲ ହେବାପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥାଏ । ରାଜୁଡି ଶାସନ କାଳରେ ବ୍ୟବହୃତ ହେଉଥିବା ଅସ୍ତ୍ର ଶସ୍ତ୍ର ଗୁଡିକୁ ରୀତିନୀତିରେ ବାହାର କରି ମହା ସମାରୋହରେ ନଗର ପରିକ୍ରମା କରାଯାଇଥାଏ । ପରେ ପଦ୍ମପୁର ସ୍ଥିତ ରାଜଘାଟ ଠାରେ ପାମ୍ପରାଗତ ପୂଜା ବିଧୀ ସମ୍ପର୍ଣ କରିବା ସହ ଖଣ୍ଡା ଗୁଡିକୁ ଧୋଇ ଚନ୍ଦନ ପ୍ରଲେପନ କରାଯାଇଥାଏ । ପୁନଃ ରାଜ ଉଆସକୁ ଫେରି ଅସ୍ତ୍ର ଶସ୍ତ୍ର ଗୁଡିକୁ ଶସ୍ତ୍ର ପୂଜା ଗୃହରେ ସ୍ଥାପନ କରିବା ସହ ରାଜାଙ୍କ ପାଟ ଖଣ୍ଡାକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥାଏ । ଏହା ସହ ପୁର୍ବରୁ ରାଜାଙ୍କ ଆଦେଶ କ୍ରମେ ଆସୁଥିବା ନିୟମ ଅନୁଯାୟୀ ଏହି ଦିନ ଓପାସ ରହୁଥିବାରୁ ରାଜାବାଟି ପାଖରେ ଥିବା ପଡା ରଜାପଡା ଅଂଚଳର ଲୋକେ ଷଷ୍ଠୀ ଦିନ ହିଁ ଭାଇ ଜୁଇଁତିଆ ବ୍ରତ କରିଥାନ୍ତି । ଜାହା କି ପଦ୍ମପୁର ରାଜ ପରମ୍ପାରାର ଆଉ ଏକ ଚିର ଉଦାହରଣ ।
ଖଣ୍ଡା ଧୋଇ ଫେରିଲା ବେଳକୁ ଦୀପ ଧୂପ ଆଦି ଜଳାଇ ଖଇ ଏବଂ ପୂଷ୍ପ ବୃଷ୍ଟି ସହ ଜନ ସାଧାରଣ ପାଟଖଣ୍ଡାକୁ ସ୍ୱାଗତ ଜଣାଇବା ସହ ଦର୍ଶନ କରିଥାନ୍ତି । ଏହି ଖଣ୍ଡା ଧୂଆ ଦିବସର ପଦ୍ମପୁରରେ ଆହୁରି ଏକ ବିଶେଷତ୍ୱ ରହିଛି । ବର୍ଷସାର ଲୋକଙ୍କ ବୁଲିବା ପାଇଁ ବନ୍ଦ ରହୁଥିବା ରାଜ ଉଆସ ଏହି ଦିନ ସର୍ବ ସାଧାରଣଙ୍କ ପାଇଁ ଖୋଲା ଜାଇଥାଏ । ରାଜାଙ୍କ ଶସ୍ତ୍ରାଗାର ଠୁ ନେଇ ରାଜାଙ୍କ ମହଲର କୋଣ ଅନୁ କୋଣ ବୁଲି ଦେଖି ଥାନ୍ତି ସାଧାରଣ ଜନତା । ପ୍ରତି ବର୍ଷ ଦୁର ଦୁରାନ୍ତରୁ ଲୋକେ ଏହି ଅଦ୍ଭୁତ ଭାଇ ଚାରାର ପୁଜା ବା ରାଜାଙ୍କ ଅନୁପସ୍ଥିତିରେ ମଧ୍ୟ ରାଜତନ୍ତ୍ର ପ୍ରତି ସମ୍ମାନ ଓ ନିଷ୍ଟାର ପ୍ରତିକ ହେବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କର ଭିଡ ଜମୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଭକ୍ତଙ୍କ ଆସନ୍‌ନ୍ନ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ଏବଂ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତ କିପରି ଭଲ ଭାବରେ ମାଁଙ୍କୁ ଦର୍ଶନ ଓ ପୂଜା କରି ପାରିବେ ତା’ର ବ୍ୟବସ୍ଥା ହୋଇଛି । ତେବେ ଜଗତ ଜନନୀଙ୍କ କୃପା ସହ ରାଜକୀୟ ପରମ୍ପରାର ସାକ୍ଷୀ ହେବା ପାଇଁ ଭକ୍ତଙ୍କ ଖୁବ ଭିଡ ଜମେ ପଦ୍ମପୁର ରାଜବାଟିରେ ।

Leave A Reply

Your email address will not be published.