ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ୨୦୦୨ମସିହାରେ ଏହିଗୃହ ନିର୍ମାଣ କରାଯାଇଛି । ଆଜକୁ ପ୍ରାୟ ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ଗୃହକୁ କୌଣସି ପ୍ରକାର ମରାମତି କରାଯାଇନାହିଁ । ଫଳରେ ଝରକା କବାଟ ଗୁଡିକ ନଷ୍ଟ ହେବାକୁ ବସିଲାଣି । ଟିକିଏ ବର୍ଷାହେଲେ କେତେବେଳେ ପାଣି ଗଳୁଛି ତ ଆଉ କେତେବେଳେ କାନ୍ଥରୁ ପ୍ଳାଷ୍ଟର ମଧ୍ୟ ଖସୁଛି । ଅସରାଏ ବର୍ଷା ହେଲେ ମଧ୍ୟ କାର୍ୟ୍ୟାଳୟ ପରିସରରେ ପାଣିଜମି ରହୁଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଓଦା ହୋଇଯାଉଛି । କେତେବେଳେ ଯେ କାର୍ୟ୍ୟାଳୟ ଭୁଶୁଡି ପଡିବ, କହିହେବନି । ତେଣୁ ବେଳ ଥାଉ ଥାଉ ପ୍ରଶାସନ ସଚେତନ ହୋଇ କାର୍ୟ୍ୟାଳୟକୁ ଭାଙ୍ଗି ନୂତନ କାର୍ୟ୍ୟାଳୟ ନିର୍ମାଣ କରିବା ପାଇଁ କର୍ମଚାରୀ. ସଚେତନ ନାଗରିକ ଓ ଜନସାଧାରଣ ଦାବୀ କରୁଛନ୍ତି ।
Prev Post