pr

ବଲାଙ୍ଗିର ସିଭିଲକୋର୍ଟ ବରିଷ୍ଠ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ପ୍ରୋସେସ୍‌ ସରବର୍‌ ଶିବ ଭୋଇଙ୍କ ଅବସରକାଳିନ ସମ୍ବର୍ଦ୍ଧନା ସଭା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସିଭିଲକୋର୍ଟର ବରିଷ୍ଠ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ପ୍ରୋସେସ୍‌ ସରବର୍‌ ଶିବ ଭୋଇ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଭିଜିଲାନ୍ସ ଜଜ୍‌ ଅଜନ୍ତା ଷଡଙ୍ଗୀ ବିଦାୟୀ କର୍ମ·ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସଭାରେ ଉଦ୍‌ବୋଧନ ଦେଇ କର୍ମଚାରୀମାନଙ୍କ ସହଯୋଗ ବିନା କୋର୍ଟ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ ହୁଏ ନାହିଁ, ଏଣୁ ସମସ୍ତ କର୍ମଚାରୀ ସଚ୍ଚୋଟତାର ସହିତ କାର୍ଯ୍ୟ କରିବାକୁ କହିଥିଲେ । ସିଭିଲକୋର୍ଟ ରେଜିଷ୍ଟ୍ରାର ଅମିତ କୁମାର ବାରିକ ଏହି ସଭାରେ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସା କରିଥିଲେ । କୋର୍ଟର ବରିଷ୍ଠ କର୍ମଚାରୀ ଜ୍ୟୋର୍ତିମୟୀ ବେଜ୍‌ ମହିଳା କର୍ମଚାରିଙ୍କ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ଅବଦାନ ରହିବା ସଙ୍ଗେ ସଙ୍ଗେ ନିଷ୍ଠାର ସହିତ କାର୍ଯ୍ୟ କରିଥାନ୍ତି ବୋଲି ପ୍ରକାଶ କରିଥିଲେ । ଉକ୍ତ ସଭାରେ ସିଭିଲ କୋର୍ଟ ଏଡିଜେ ତଥା ସମସ୍ତ ବରିଷ୍ଠ ତଥା କନିଷ୍ଠ ଜଜ୍‌, କୋର୍ଟ ମ୍ୟାନେଜର, ଜିଲ୍ଲା କୋର୍ଟ ସିରସ୍ତଦାର ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସଂଘର ସଭାପତି ଶ୍ରୀ ନେପାକ ବିଦାୟୀ ଷ୍ଟେନୋ ସଂଯୁକ୍ତା ମିଶ୍ର ଏବଂ ଶିବ ଭୋଇଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ପ୍ରଶଂସାର ପାତ୍ର ହୋଇ ପାରିଥିଲେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ଜଜ୍‌ ଶ୍ୟାମ ସୁନ୍ଦର ଦାଶ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ଅବସର ପରବର୍ତ୍ତି ଜୀବନ ସୁଖମୟ ହେବାର ଆଶୁକାମନା କରିଥିଲେ ।

nrusinghnath
Leave A Reply

Your email address will not be published.