csstore

ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ ସ୍ୱାଭିମାନ ଦିବସ ଅବସରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବଲାଙ୍ଗିର ଏକ୍ସନ କମିଟୀ ଓ ସଚେତନା ମହିଳା ମଞ୍ଚର ମିଳିତ ଉଦ୍ୟମ ଏବଂ ‘ସମ୍ବାଦ ଆମ ଓଡ଼ିଶା’ ସହଯୋଗରେ ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିର ରେ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ଏହି ଶିବିର କୁ ବଲାଙ୍ଗିର ଏକ୍ସନ କମିଟୀର ଆବାହକ ଗୋପାଳଜୀ ପାଣିଗ୍ରାହୀ ଏହି ଶିବିରକୁ ଶୁଭାରମ୍ଭ କରିଥିଲେ। ସଚେତନା ମହିଳା ମଞ୍ଚର ସଭାନେତ୍ରୀ ସାଗରିକା ଗୁରୁ ଓ ବଲାଙ୍ଗିର ୟୁଥ୍ ଏକ୍ସନ କମିଟୀର ସଭାପତି ଶ୍ରୀ ବିନୋଦ କୁମାର କାଲସାଏ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ଏକ୍ସନ କମିଟୀର ମୁନା ପଟ୍ଟନାୟକ, ଗିରିଶ ସିଂଦେଓ, ରିଲୁ ରଥ, ସନ୍ତୋଷ ସାହୁ, ପିଙ୍କୁ ବନଛୋର, ସନ୍ତୋଷ ପଟ୍ଟନାୟକ, ରବି ଖମାରୀ, ଅପ୍ରମିତ ପରିଛା, ଅଜୟ ନାଗ, ସରୋଜ ସାହୁ, ରାଜେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.