csstore

ଧୁବଲପଡା ରାସ୍ତା କଡରେ ମହିଳାଙ୍କ ଶବ : ହତ୍ୟା ସନ୍ଦେହ

ପାଟଣାଗଡ , (ଅଜିତ କୁମାର ପୁରୋହିତ) : ପାଟଣାଗଡ ଥାନା ଅନ୍ତର୍ଗତ ଧୁବଲପଡା ଗ୍ରାମ ନିକଟରେ ଏକ ଚିନାବାଦାମ କ୍ଷେତରୁ ଜଣେ ମହିଳାଙ୍କ ଶବ ପଡିଥିବା ଦେଖାଯାଇଛି । ଆଜି ଦିବା ୧ଟା ସମୟରେ ଚିନାବାଦାମ କ୍ଷେତ ନିକଟରେ ଅଜଣା ଶବ ପଡିଥିବା ଧୁବଲପଡା ଗ୍ରାମବାସୀ ଗ୍ରାମରକ୍ଷୀକୁ ଖବର ଦେଇଥିଲେ । ପରେ ଗ୍ରାମରକ୍ଷୀ ପାଟଣାଗଡ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପାଟଣାଗଡ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଛି । ମହିଳାଙ୍କ ଶବ ପଡିଥିବା ବେଳେ ତା ଉପରେ ଚିନାବାଦାମ ଗଛ ଢାଙ୍କି ଦିଆ ଯାଇଥିବା ଦେଖାଯାଇଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ଧୁବଲପଡା ଗ୍ରାମର ବୁଲୁ ସାହୁ ପାଟଣାଗଡ ଥାନାରେ ତାଙ୍କ ସ୍ତ୍ରୀ ନୀଳାବତୀ ସାହୁ ନିଖୋଜ ଥିବା ମାମଲା ରୁଜୁ କରିବାକୁ ଯାଇଥିବା ବେଳେ ତାଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇଥିଲେ ଏବଂ ବୁଲୁ ସାହୁ ତାହା ତାଙ୍କ ସ୍ତ୍ରୀଙ୍କ ଶବ ବୋଲି ଚିହ୍ନଟ କରିଛନ୍ତି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପାଟଣାଗଡ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

jayashree
Leave A Reply

Your email address will not be published.