oom

ବୌଦ୍ଧ ଜିଲ୍ଲା ପ୍ରେସ କ୍ଲକର ବାର୍ଷିକ ବୈଠକ ଅନୁଷ୍ଠିତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଟା ଦିବସ ଅବସରରେ ଆଜି ବଙ୍କାପଡା ଗ୍ରାମରେ ଶିଶୁ ମାନଙ୍କୁ ଫଳ ଓ ଖାଦ୍ୟ ସାମଗ୍ରି ବଣ୍ଟନ କରାଯିବା ସହ ସହ‐ସଂପାଦକ ଦୁର୍ୟ୍ୟୋଧନ ବିଶିଙ୍କ ପ୍ରସ୍ଥାବକ୍ରମେ ଚାଲୁ ରହିଥିବା କରୋନା ମହାମାରିରେ ବିଗଦ ଦିନରେ ନିଜ ଜୀବନକୁ ବାଜି ଲଗାଇ ସଂଗ୍ରାମୀ ସାମ୍ବାଦିକମାନେ ମୃତ୍ୟ ମୁଖରେ ପଡିଛନ୍ତି ସେଇମାନଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସଭାପତି ବରୋଜ କୁମାର ବେହେରାଙ୍କ ଅଧକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିର ହୋଇଥିଲା । ବୈଠକର ପ୍ରାରମ୍ଭରେ କ୍ଲବର ସମ୍ପାଦକ ରଘୁନାଥ ଷଡଙ୍ଗୀ ଉପସ୍ଥିତ ସଭ୍ୟମାନଙ୍କୁ ସ୍ବାଗତ ଜଣାଇବା ସହ ବାର୍ଷିକ ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ । ବାଚନିକ ଭୋଟରେ ସଭ୍ୟମାନେ ସମ୍ମତି ଜଣାଇବା ସହ ଉପସ୍ଥାପନାବିଲ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା କୋଭିଡ ମହାମାରି ଯୋଗୁଁ ଅସୁବିଧା ଅନାଟନ ଲାଗିରହିଥିବା ବେଳେ ସଂଘର ସମସ୍ତ ସଭ୍ୟ ଦେଶର ଏପରି ସମୟରେ ଦେଶାମାତୃକା ସେବାପାଇଁ କାର୍ୟ୍ୟକରୁଛନ୍ତି ଏବଂ କାର୍ୟ୍ୟକରିଚାଲନ୍ତୁ ବୋଲି କ୍ଲବର ସଭାପତି ବୋରଜ କୁମାର ବେହେରା ମତ ପ୍ରକାଶ କରିଥିଲେ । ଆଜିର ଏ ସଭାରେ କ୍ଲବର ବରିଷ୍ଠ ପରାମର୍ଶଦାତା କପିଲେଶ୍ବର ପ୍ରଧାନଙ୍କ ଅସୁସ୍ଥତାକୁ ଆଲୋଚନା କରାଯାଇ ଆସୁଆରୋଗ୍ୟ କାମନା କରାଯିବା ସହ କ୍ଲବ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ଏଥିସହ ଆଗାମୀ ୨୦୨୧-୨୨ବର୍ଷ ପାଇଁ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିଲା । ଶେଷରେ ସଦସ୍ୟ ସତ୍ୟନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରେସ କ୍ଲବର ସମସ୍ତ କର୍ମକତ୍ତା ଏବଂ ସଦସ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.