କାଳବୈଶାଖୀର ତାଣ୍ଡବ ଲୀଳା : ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ଅଶୁର୍ଲା ଗ୍ରାମରେ କାଳବୈଶାଖୀର ତାଣ୍ଡବ ଲୀଳା ହେବା ଯୋଗୁଁ ଆଜବେଷ୍ଟସ ଘର ଭାଙ୍ଗିବାରୁ ଅଳ୍ପକେ ବର୍ତିଲେ ବାପ ପୁଅ । ବାପା ସୁଜୁ ସାହୁ ଓ ପୁଅ ଚମାର ସାହୁ ଥିବା ବେଳେ ଚମାରଙ୍କ ଗୋଡ଼ରେ ଆଜବେଷ୍ଟସ ପଡିଯିବାରୁ ସାମାନ୍ୟ ଆହତ ହୋଇଛନ୍ତି । ଅଞ୍ଚଳରେ ପ୍ରବଳ ପବନ ବହିବାରୁ ଘର ଉପରେ ଥିବା ଆଜବେଷ୍ଟସ ଓ ଖପର ଗୁଡିକ ଭାଙ୍ଗି ତଳେ ପଡ଼ିଯାଇଥିଲା । ଘର ଭିତରେ ବାପ ଓ ପୁଅ ଆଶ୍ରୟ ନେଉଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ୱର ଧାରୁଆଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସେମାନେ ଘରକୁ ସଜାଡ଼ିବା ପାଇଁ ସକ୍ଷମ ନଥିବା ବେଳେ ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ତଦନ୍ତ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.