oom

ବନ୍ଧପାଲିରେ ୨ ପଜିଟିଭ୍ ପରେ ସଟଡାଉନ୍ କଲେ ସ୍ଥାନୀୟ ସରପଞ୍ଚ

jsmm

ଦେଓଗାଁ, (କିଶୋର କୁମାର ସାହୁ) : ଗତ ୫ ଦିନ ମଧ୍ୟରେ ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ବନ୍ଧପାଲି ଗାଁରେ ୨ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବାଳକ ପଧାନ ବନ୍ଧପାଲି ଗାଁକୁ କଣ୍ଟାଣ୍ଟମେଣ୍ଟ ଜୋନ୍ ସହ ଗାଁକୁ ୧୭ ତାରିଖ ରାତି ୧୨ ଟାରୁ ୧୯ ତାରିଖ ରାତ୍ରି ୧୨ଟା ପର୍ୟ୍ୟନ୍ତ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟାତ ମଧ୍ୟ ବନ୍ଦ ରହିବ ବୋଲି ମୁକୁନ୍ଦପୁର ପଞ୍ଚାୟତର ସରପଞ୍ଚ ଗତ କାଲି ତଥା ୧୬ ତାରିଖରେ ଚିଠି ନଂ ୧୭ରେ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଜରାସିଂହାରୁ ୨ଜଣ କରୋନା ପାଜିତିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ କୁଶମଣି ମେହେର ଗାଁକୁ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଥିଲେ।

jittmm
Leave A Reply

Your email address will not be published.