ପୁଣି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ମୋବାଇଲ୍ ଚୋରି, ଥାନାର ଦ୍ୱାରସ୍ଥ ହେଲେ ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ କିଛି ଦିନ ତଳେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି ହୋଇଥିବା ବେଳେ ଏହାକୁ ନେଇ ଥନାରେ ଏତଲା ହୋଇଥିଲା । ତେବେ ଆଜି ପୁଣି ଥରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ଼ରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି ହୋଇଛି । ଯାହାକୁ ନେଇ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୋବାଇଲ ମାଲିକ । ମୋବାଇଲ ମାଲିକ ହେଲେ ପୁରୁଣା ରାଜବାଟିର ଅନିଲ ସିଂହ ।

Leave A Reply

Your email address will not be published.