ସଲଣ୍ଡିଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସଲଣ୍ଡିଆମୁଣ୍ଡାଠାରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହା ଏକାଦଶ ବର୍ଷରେ ପଦାର୍ପଣ କରିଛି । ପ୍ରଥମ ରଜନୀରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂଜକ ଭାବେ ରୁଦ୍ରଦେବ ଦାସ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବେ ହୃଷିକେଶ ଭୋଇ ସସ୍ତ୍ରିକ ରହିଛନ୍ତି । ପୂଜା କମିଟି ସଭାପତି ବାବୁଲି ଚରଣ ପରିଡା, ସମ୍ପାଦକ ନରୋତ୍ତମ ସେଲମା, ବାସୁଦେବ ସେଲମା, ହେମନ୍ତ ଭୋଇ, ରଞ୍ଜନ ନାଏକ, ପାର୍ଥ ସାହୁ, ସୁନୀଲ ବେହେରା, ମାୟାଧର ଭୋଇ, ଲଛମନ ଭୋଇ, ନରେନ୍ଦ୍ର ସେଲମା, ଅଶୋକ ପାତ୍ର, ଯୁଧିଷ୍ଠିର ସାହୁ, ଅକୁର ବାଗ, ସିପୁନ, ଦିପୁନ, ପିଙ୍କୁ, ଜିତୁ, ଲିଙ୍କୁ, ତନ୍ମୟ, ସୋନୁ, ପିୟୁଷ, ମୁକେଶ ସହଯୋଗ କରୁଛନ୍ତି । ଡ୍ୟାନ୍ସ କାର୍ଯ୍ୟକ୍ରମକୁ ମଧୁସୂଦନ ବାଗ ସଂଯୋଜନା କରିଥିବା ବେଳେ ବିଚାରକ ଭାବେ ଭାଗିରଥି ଷଡ଼ଙ୍ଗୀ, ରଘୁରାଜ ସାହୁ, ସଂଜୀବ ନାଗ ଯୋଗଦେଇଥିଲେ । ସାଉଣ୍ଡରେ ସିଲୁ ତ୍ରିପାଠୀ ଥିବା ବେଳେ ସଂଯୋଜକଙ୍କୁ ଶୁଭ୍ରାଂଶୁ ଶୁଭ୍ରଜିତ ସେଲମା ସହାୟତା କରିଥିଲେ ।

Leave A Reply

Your email address will not be published.