ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

  • “ଆଜି କେବଳ ସଫଳତାର ଦିନ ନୁହେଁ ଆକାଂକ୍ଷାର ଦିନ”
  • “ସମଗ୍ର ବିଶ୍ୱ ଭାରତର ଯୁବ ସମାଜ ଉପରେ ଆଶା ରଖିଛି । କାରଣ ଆପଣମାନେ ଦେଶର ଅଭିବୃଦ୍ଧି ଇଞ୍ଜିନ ଓ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ”
  • “ବାଧାବିଘ୍ନ କହେ ଆମେ କି ଉପାଦାନରେ ଗଢ଼ା । ଭାରତ ଅଜଣା ବିଷୟକୁ ବିଶ୍ୱାସର ସହ ସମ୍ମୁଖୀନ ହୋଇଛି”
  • “ଆନ୍ତର୍ଜାତିକ ବାଣିଜ୍ୟ ଗତିବିଧିରେ ଭାରତର ସ୍ଥାନ ସର୍ବୋତ୍ତମ”
  • “ବୈଶ୍ୱିକ ଯୋଗାଣ ବ୍ୟବସ୍ଥାରେ ଭାରତ ଏକ ପ୍ରମୁଖ ଯୋଗସୂତ୍ର ହେବାରେ ଲାଗିଛି”
  • “ବୈଶ୍ୱିକ ଜ୍ଞାନ ଉପରେ ଆସ୍ଥା ନେଇ ବିପଦ ଥିଲେ ମଧ୍ୟ ସଂସ୍କାର ପାଇଁ ଏଥିରେ ଥାଏ ସ୍ୱଭାବ”
  • “ଏକ ସବଳ ସରକାର ସବୁ ବା ସମସ୍ତଙ୍କୁ ନିୟନ୍ତ୍ରଣ କରିନଥାଏ । ଏହା ହସ୍ତକ୍ଷେପ ନିମନ୍ତେ ବ୍ୟବସ୍ଥାର ଗତିକୁ ନିୟନ୍ତ୍ରଣ କରିଥାଏ । ଏକ ସବଳ ସରକାର କଟକଣାଯୁକ୍ତ ନୁହେଁ, ଉତ୍ତରଦାୟୀ । ଏକ ସବଳ ସରକାର ପ୍ରତ୍ୟେକ କ୍ଷେତ୍ରକୁ ପ୍ରବେଶ କରେ ନାହିଁ । ଏହା ନିଜକୁ ସୀମିତ ରଖିବା ସହ ଜନସାଧାରଣଙ୍କ ମେଧାଶକ୍ତି ପାଇଁ ସ୍ଥାନ ରଖିଥାଏ”

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇଠାରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି । ତାମିଲନାଡୁ ରାଜ୍ୟପାଳ ଏନ ରବି, ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗନ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।
ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମ୍ମାନ ଗ୍ରହଣ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । “ଆଜି ଆନ୍ନା ବିଶ୍ୱବିଦ୍ୟାଳୟରୁ ୪୨ତମ ସମାବର୍ତ୍ତନ ସମାରୋହରେ ଯେଉଁମାନେ ସ୍ନାତ୍ତକ ଉପାଧି ହାସଲ କରିଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ । ଆପଣମାନେ ସମସ୍ତେ ନିଜ ମନ ମଧ୍ୟରେ ନିଜର ଭବିଷ୍ୟତ ଗଠନ କରି ସାରିଥିବେ । ତେଣୁ ଆଜି କେବଳ ସଫଳତା ହାସଲ ଦିନ ନୁହେଁ ଆକାଂକ୍ଷାର ଦିନ” ବୋଲି ସେ କହିଥିଲେ । ସେମାନଙ୍କୁ ଆସନ୍ତା କାଲିର ନେତା ଭାବେ ଅଭିହିତ କରି ବାପା-ମାଆ, ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ତ୍ୟାଗର ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ୧୨୫ ବର୍ଷ ପୂର୍ବରୁ ମାଦ୍ରାସରେ ସ୍ୱାମୀ ବିବେକାନନ୍ଦ ଭାରତୀୟ ଯୁବଗୋଷ୍ଠୀଙ୍କ ସମ୍ଭାବନା ନେଇ କହିଥିବା ବକ୍ତବ୍ୟର ସ୍ମୃତିଚାରଣ କରିଥିଲେ । ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସମଗ୍ର ବିଶ୍ୱ ଭାରତୀୟ ଯୁବଶକ୍ତି ପ୍ରତି ଅନେକ ଆଶା ରଖିଛି । କାରଣ ଆପଣାମାନେ ଦେଶର ଅଭିବୃଦ୍ଧିର କଳ ଓ ଭାରତ ହେଉଛି ବିଶ୍ୱ ଅଭିବୃଦ୍ଧିର କଳ ।”
ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆନ୍ନା ବିଶ୍ୱବିଦ୍ୟାଳୟ ସହ ଜଡିତ ହେବାର ସ୍ମୃତିଚାରଣ କରିଥିଲେ । “ତାଙ୍କର ଚିନ୍ତାଧାରା ଓ ମୂଲ୍ୟବୋଧ ସବୁବେଳେ ଆପଣମାନଙ୍କୁ ପ୍ରେରଣା ଦେଉ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ବୈଶ୍ୱିକ ମହାମାରୀ ଥିଲା ଏକ ଅଭୂତପୂର୍ବ ଘଟଣା । ଏହା ଗୋଟିଏ ଶତାବ୍ଦୀର ଜଟିଳ ପରିସ୍ଥିତି ଯାହାର କୌଣସି ନଥିପତ୍ର କାହାପାଖରେ ନଥାଏ । ପ୍ରତ୍ୟେକ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆମେ କଣ କି ଉପାଦାନରେ ଗଢ଼ା ଯାଏ ପ୍ରତିଘାତ ତାହାର ପ୍ରମାଣ । ଭାରତ ଏଭଳି ଅଜ୍ଞାତ ପରିସ୍ଥିତିକୁ ଗଭୀର ଆତ୍ୱବିଶ୍ୱାସର ସହ ସାମ୍ନା କଲା । ଦେଶର ବୈଜ୍ଞାନିକ, ବୃତ୍ତିଗତ ସ୍ୱାର୍ଥକର୍ମୀ ଓ ଜନସାଧାରଣ ସେଥିପାଇଁ ଧନ୍ୟବାଦର ପାତ୍ର । ସେଥିପାଇଁ ଦେଶର ପ୍ରତ୍ୟେକ କ୍ଷେତ୍ର ସେଥିପାଇଁ ଏକ ନୂଆ ଜୀବନରେ ଉତ୍ସାହିତ । ଶିଳ୍ପ, ପୁଞ୍ଜି ବିନିଯୋଗ, ନବୋନ୍ମୋଷ ଓ ଆନ୍ତର୍ଜାତିକ ବାଣିଜ୍ୟ ସବୁଥିରେ ଭାରତ ଆଗରେ ରହିଛି ।
ଭାରତ ବିଶ୍ୱରେ ଦ୍ୱିତୀୟ ମୋବାଇଲ ଫୋନ ଉତ୍ପାଦନକାରୀ ଦେଶ ଭାବେ ଗତ ବର୍ଷ ସ୍ଥାନ ପାଇଥିଲା । ନବୋନ୍ମୋଷ ଏକ ଜୀବନଧାରା ପାଲଟିଯାଇଛି । ଗତ ଛଅ ବର୍ଷ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପସ ସଂଖ୍ୟା ଶତକଡା ୧୫ ହଜାର ଭାଗ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ଭାରତ ଗତ ବର୍ଷ ରେକର୍ଡ ପରିମାଣର ୮୩ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପାଇଥିଲା । ବୈଶ୍ୱିକ ମହାମାରୀ ପରେ ଆମର ଷ୍ଟାର୍ଟଅପସ ମଧ୍ୟ ରେକର୍ଡ ପାଣ୍ଠି ହାସଲ କରିଛି । ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଭାରତର ସ୍ଥିତି ସବୁଠାରୁ ଉନ୍ନତ ସ୍ତରରେ ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ବୈଷୟିକ ଜନିତ ବାଧାବିଘ୍ନରେ ଭାରତ ସପକ୍ଷରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି । ପ୍ରଥମ ହେଲା ବୈଷୟିକ ଜ୍ଞାନ ନିମନ୍ତେ ରୁଚି ରହିଛି । ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଏକ ଆରାମଦାୟକ ଅନୁଭୂତି ରହିଛି । ଗରୀବରୁ ଗରୀବତମ ବ୍ୟକ୍ତି ମଧ୍ୟ ଏହାକୁ ଆଦରି ନେଇଛି । ଦ୍ୱିତୀୟ ହେଲା ଯେଉଁମାନେ ବିପଦ ସମ୍ଭାବନାକୁ ନେଇଛନ୍ତି ସେମାନଙ୍କ ଉପରେ ଆସ୍ଥା ରହିଛି । ଆଗରୁ କୌଣସି ସାମାଜିକ ଉତ୍ସବରେ ଜଣେ ଯୁବକ ବା ଯୁବତୀ ନିଜକୁ ଜଣେ ଉଦ୍ୟୋଗପତି ଭାବେ ନିଜର ପରିଚୟ ପ୍ରଦାନ କରିବା ଅସୁବିଧା ହେଉଥିଲା । ସାଧାରଣତଃ ଲୋକମାନେ ସେମାନଙ୍କୁ ସ୍ଥାୟୀ ବସବାସ କରିବା ଦରମାବାଲା ଚାକିରି ପାଇଁ ଲାଗ ବୋଲି କହୁଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତି ପୁରା ଓଲଟି ଯାଇଛି । ତୃତୀୟ କାରଣ ହେଲା ସଂସ୍କାର ପାଇଁ ମାନସିକତା । ପ୍ରଧାନମନ୍ତ୍ରୀ ଆଗରୁ କହିଥିଲେ ଯେ ଆଗରୁ ଗୋଟେ ଧାରଣା ଥିଲା ଯେ ଏକ ସବଳ ସରକାର ସବୁ ଓ ସମସ୍ତଙ୍କୁ ନିୟନ୍ତ୍ରଣ କରିବ । ମାତ୍ର ଆମେ ଏହାର ପରିବର୍ତ୍ତନ କରିଛୁ । ଏକ ସବଳ ଓ ସରକାର ସବୁ ଓ ସମସ୍ତଙ୍କୁ ନିୟନ୍ତ୍ରଣ କରେନାହିଁ । ଏହା ବ୍ୟବସ୍ଥାର ଗତିକୁ ନିୟନ୍ତ୍ରଣ ପ୍ରତି ହସ୍ତକ୍ଷେପ କରେ । ଏକ ସବଳ ସରକାର କଟକଣାଯୁକ୍ତ ନୁହେଁ ଏହା ଉତ୍ତରଦାୟୀ ।
ଏକ ସବଳ ସରକାର ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରେନାହିଁ । ଏହା ନିଜକୁ ସୀମାବଦ୍ଧ କରି ଜନସାଧାରଣଙ୍କର ମେଧାଶକ୍ତି ଉପଯୋଗ ପାଇଁ ବାଟ ଛାଡିଥାଏ ବୋଲି ସେ ବର୍ଣ୍ଣନା କରିଥିଲେ । “ଏକ ସବଳ ସରକାରର ଶକ୍ତି ଏକ ପ୍ରକାର ସ୍ଥିତିରେ ନିହିତ ଥାଏ ଯେ ଏହା କେବେ ସବୁ ଜାଣିବା ବା ସବୁ କରିବା ସମ୍ଭବ ନୁହଁ ବୋଲି ତାକୁ ବିନା ଦ୍ୱିଧାନରେ ସ୍ୱୀକାର କରିଥାଏ ।” ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆସୁଛି ଓ ଜନସାଧାରଣଙ୍କ ମେଧାଶକ୍ତି ସେଥିରେ ଉପଯୋଗ ହେଉଛି । ସେ ଜାତୀୟ ଶିକ୍ଷାନୀତିରେ ଯୁବ ସମାଜକୁ ଦିଆହୋଇଥିବା ସ୍ୱାଧୀନତା ଓ ନମନୀୟତାର ଉଦାହରଣ ଦେଇଥିଲେ ଓ କିପରି ବ୍ୟାବସାୟିକ ସୁଗମତା ନିମନ୍ତେ ୨୫,୦୦୦ ବାଧାବିଘ୍ନ ଦୂର କରାଯାଇଛି କହିଥିଲେ । “ଆଞ୍ଜେଲ ଟିକସ ଉଚ୍ଛେଦ, ବାଣିଜିକ ଟିକସ ହ୍ରାସ ଶିଳ୍ପ ପାଇଁ ଉତ୍ସାହ ଆଣି ଦେଇଛି । ଡ୍ରୋନ, ମହାକାଶ ଓ ଭୂବିଜ୍ଞାନ କ୍ଷେତ୍ରରେ ସଂସ୍କାର ନୂତନ କ୍ଷେତ୍ରର ବିକାଶରେ ସହାୟକ ହେଉଛି” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଯୁବାଶକ୍ତି ଓ ଦେଶର ପ୍ରଗତି ମଧ୍ୟରେ ସଂଯୋଗର ଅବତାରଣା କରିଥିଲେ । ଉପସଂହାରରେ ସେ କହିଥିଲେ ଯେ “ଆପଣମାନଙ୍କ ଅଭିବୃଦ୍ଧି ଭାରତର ଅଭିବୃଦ୍ଧି । ଆପଣମାନଙ୍କ ଶିକ୍ଷା ଦେଶର ଶିକ୍ଷା । ଆପଣମାନଙ୍କ ବିଜୟ ଦେଶର ବିଜୟ ।”
ସମାରୋହରେ ପ୍ରଧାନମନ୍ତ୍ରୀ ୬୯ ଜଣ ସ୍ୱର୍ଣ୍ଣପଦକଧାରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆନ୍ନା ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୪, ୧୯୭୮ରେ ପ୍ରତିଷ୍ଠା କରାଯାଇଥିଲା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି ଏନ ଆନ୍ନାଦୁରାଇଙ୍କ ନାମରେ ଏହା ପ୍ରତିଷ୍ଠା କରାଯାଇଥିଲା । ଏଥିରେ ୧୩ଟି ଏକକ ମହାବିଦ୍ୟାଳୟ, ୪୯୪ଟି ସ୍ୱୀକୃତିପ୍ରାପ୍ତ ମହାବିଦ୍ୟାଳୟ ତାମିଲନାଡୁରେ ରହିଥିବା ବେଳେ, ତିରୁନେଲଭେଲୀ, ମଦୁରାଇ ଓ କୋଏମ୍ବାଟୁରରେ ତିନିଟି ଆଞ୍ଚଳିକ ପରିସର ରହିଛି ।

Leave A Reply

Your email address will not be published.