ଗଛରୁ ପଡି ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଗଛରୁ ପଡିଯିବାରୁ ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ସପୁର ଥାଟି(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ କୁସମ ଖାଇବାକୁ ନିକଟସ୍ଥ ଜଙ୍ଗଲର ଗଛକୁ ଚଢିଥିବା ବେଳେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.