pakka

ଯଶୋବନ୍ତଙ୍କ ଟ୍ୱିଟ ପରେ କୈଳାସ ରଇତଙ୍କ ପରିବାରକୁ ଭେଟିଲେ ବ୍ଲକ ପ୍ରଶାସନ

bbehera

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ନୂଆଗଡ ବ୍ଳକ ପୁଟୁରୁପଡା ପଂଚାୟତର ପୁଟୁରୁପଡା ଗାଁର କୈଳାସ ରଇତ ଓ ସ୍ତ୍ରୀ ରାଙ୍ଗିଙ୍କ ଚାରି ପୁଅଙ୍କୁ ନେଇ ପରିବାର । କୈଳାସଙ୍କ ପରିବାର ଛଅ ଜଣିଆ ପରିବାର ଭଙ୍ଗା ଦଦରା କୁଡ଼ିଆରେ ରହୁଥିଲେ । ପ୍ରତିଦିନ ପେଟପୁରା ଖାଇବାକୁ ସମ୍ବଳ ଅଭାବ, ପୁଣି ଅପପୃଷ୍ଟି ଓ ଅଜଣା ରୋଗର ଶିକାର ଚାରି ଛୁଆ କିଶୋର ଓ ଯୌବନ ଅବସ୍ଥାରେ ଶରୀରର ପଞ୍ଜରା ହାଡ଼ ସବୁ ଦିଶୁଥିଲା । ଏକଦମ ପଙ୍ଗୁ ପାଲିଟି ଯାଇଥିଲେ ଚାରିଜଣ ଯାକ ଛୁଆ । ଚିରା କପଡା, ଭଙ୍ଗା ଆଜବେଷ୍ଟର ଓ କାଠ ଗଣ୍ଡିକୁ ନେଇ ତିଆରି କରିଥିବା ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ଏହି ପରିବାର । ମୂଳ ଖଟିଲେ ଏହି ପରିବାର ପାଇଁ ଦାନା ଯୋଗାଡ଼ ହୁଏ । ବଡପୁଅ ପ୍ରଫୁଲ ରଇତ(୨୦)ଅଷ୍ଟମ ଶ୍ରେଣୀ ପଢିବା ସମୟରେ ଆରମ୍ଭ ହୋଇଥିଲା ଏହି ରୋଗ । ଦ୍ୱିତୀୟ ପୁଅ ବଡନାଥ ରଇତ(୧୭) ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ରୋଗରେ ପଡ଼ିଥିଲେ । ଏବେ ପଙ୍ଗୁ ହୋଇ ହାଡ଼ ଦିଶୁଛି । ତୃତୀୟ ପୁଅ କ୍ଷୀରସିନ୍ଧୁ ରଇତ ଷଷ୍ଟ ଶ୍ରେଣୀରେ ପଡୁଥିବା ବେଳେ ଏହି ରୋଗ ହୋଇଥିଲା । ସେହିପରି ଚତୁର୍ଥ ପୁଅ ସାନୁ ରଇତ ମଧ୍ୟ ଏବେ ରୋଗାକ୍ରାନ୍ତ ହୋଇ ଆସୁଥିବା ଦେଖିବାକୁ ମିଳିଛି । ଜନ୍ମରୁ ୧୦ବର୍ଷ ପର୍ଯ୍ୟନ୍ତ ସମସ୍ତେ ଭଲ ଥିଲେ ହେଲେ ପରେ ସମସ୍ତେଙ୍କ ହାତ ଗୋଡ କ୍ଷୀଣ ହେବା ସହ ଅଙ୍ଗପ୍ରତ୍ୟଙ୍ଗ କାମ କରୁ ନଥିବା ସମସ୍ୟା କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା । ଏହି ସମସ୍ୟା ବିଷୟରେ ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗଜପତି ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ଟ୍ୱିଟର ଯୋଗେ ଜଣେଇ ସେମାନଂକୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ବିଡ଼ିଓ ଲାବ୍ୟଣ୍ୟେନ୍ଦୁ ମହାନ୍ତିଙ୍କ ନିର୍ଦ୍ଦେଶରେ ଏହି ପରିବାରକୁ ଏକ ହୁଇଲ ଚେୟାର, ଓଡିଶା ଜୀବିକା ମିଶନ ତରଫରୁ ବାରି ବଗିଚା ବିହନ, କୁକୁଡ଼ା ଫାର୍ମ ପାଇଁ ସହାୟତା, ଆବାସ ଯୋଜନାରେ ସାମିଲ କରାଯାଇ ଘର ଦେବାପାଇଁ ଇଂକଲୁଜନ ରେ ନାମ ରଖିଛନ୍ତି । ସେହିପରି ମନରେଗା ଯୋଜନାରେ ଜବ୍‌ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ସହ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ଗଜପତି ଜିଲ୍ଲାପାଳ ଟ୍ୱିଟର ଯୋଗେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଛନ୍ତି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରିବା ସହ ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

jay balangir
Leave A Reply

Your email address will not be published.

five + sixteen =

error: Content is protected !!