ommm
Daily Archives

ଯୁବକ ପ୍ରଦୀପ ପାତ୍ରଙ୍କ ଅକାଳ ବିୟୋଗ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ଗଦାଧର ପାତ୍ରଙ୍କ ସାନ ପୁଅ ପ୍ରଦୀପ ପାତ୍ର ଆଜି ଅପରାହ୍ନ ୨ ଘଟିକାରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବେଳକୁ ପ୍ରଦୀପଙ୍କୁ ୪୬ ବର୍ଷ ହୋଇଥିଲା । ପ୍ରଦୀପ ବହୁ ଦିନରୁ
Read More...

କାଳି ମନ୍ଦିରର ବରିଷ୍ଠ ସଦସ୍ୟ ରାମକୃଷ୍ଣ ଦାଶଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ସୁପ୍ରସିଦ୍ଧ ବରଗଡ଼ କାଳି ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ରାମକୃଷ୍ଣ ଦାଶଙ୍କ ୭୫ ବର୍ଷ ବୟସରେ ଗତ ୨୮ ତାରିଖ ରାତି ୧୧.୧୫ ସମୟରେ ତାଙ୍କ ମହାନ୍ତିପଡ଼ା ଗାନ୍ଧିପାର୍କ ସମ୍ମୁଖ ବାସଭବନରେ
Read More...

ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିଶାଳ ଆୟୋଜନ : ଜୁନ୍‌ ୫ରୁ ରାଜ୍ୟ ସାରା ବୁଲିବ ପ୍ରଚାର ରଥ

ଭୁବନେଶ୍ୱର : ବର୍ଷ ପୂର୍ତ୍ତି ପାଇଁ ରାଜ୍ୟ ସରକାର କରୁଛନ୍ତି ବିଶାଳ ଆୟୋଜନ । ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ଜୁନ୍‌ ୫ ତାରିଖରୁ ହିଁ ବ୍ଲକ ସ୍ତରରେ ବୁଲିବ ସରକାରୀ ରଥ । ରଥ ବୁଲିବୁଲି ସରକାରଙ୍କ ବର୍ଷକର ସଫଳତାର ବାର୍ତ୍ତା ପ୍ରଚାର କରିବ । ୧୯
Read More...

ଚା’ ଦୋକାନୀଙ୍କୁ ଠକେଇ ଅଭିଯୋଗ

କଟକ : ଦିବ୍ୟାଙ୍ଗ ଚା' ଦୋକାନୀଙ୍କୁ ଠକେଇ ଅଭିଯୋଗ । ଦୋକାନ ଡୋର୍‌ରେ ଲାଗିଥିବା ଫୋନ୍ ପେ ସ୍କାନର ଉପରେ ନିଜ ସ୍କାନର ଲଗାଇ ଠକୁଥିଲା ଠକ । କଟକ ସିଆରଆରଆଇ ଥାନା ଅନ୍ତର୍ଗତ ପୋତାପୋଖରୀ, ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । କଟକ
Read More...

ସାପ କାମୁଡାରେ ଯୁବକ ମୃତ

କେନ୍ଦୁଝର : ରାତିରେ ଘରେ ଶୋଇଥିବା ବେଳେ କାମୁଡିଲା ରଣା ସାପ । ଚାଲିଗଲା ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପଞ୍ଚାୟତର ବେଲଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ପାଗଳ ଦେହୁରୀଙ୍କ ୨୨ ବର୍ଷୀୟ ପୁଅ ସିପୁ ଦେହୁରୀ ବୋଲି
Read More...

କୋଠା ଘରେ ବୋମା ବିସ୍ଫୋରଣ : ଜଣେ ମୃତ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଝାଡ଼େଶ୍ୱରପୁର ଗ୍ରାମ ପଞ୍ଚାୟତ କୁସୁମଣ୍ଡଳ ଗୋପୀନାଥପୁର ମନାନ ଗଡାଠାରେ ଅଘଟଣ । ଏକ କୋଠା ଘରେ ବୋମା ବିସ୍ଫୋରଣ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଘରଟି ଭାଙ୍ଗି ରୁଜି ଚୁରୁମାର ହୋଇଯାଇଛି । ଖବର ପାଇଁ ନେମାଳ ଥାନା ପୁଲିସ ଘଟଣା
Read More...

ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବକୁ ମଞ୍ଜୁରୀ ବଢ଼ିଲା ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଏହି ୫ ପ୍ରସ୍ତାବ ମଧ୍ୟରେ ରହିଛି ଯୋରନ୍ଦା ମହିମା ଗାଦିର ବିକାଶ, ବିଭିନ୍ନ
Read More...

ଭଞ୍ଜନଗରରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱଆୟୁକ୍ତ (ଆରଡିସି) ରୂପା ରୋଶନ ସାହୁ ବୁଧବାର ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗ ସମେତ ଅନ୍ୟ ବିଭାଗର ସମୀକ୍ଷା କରିଛନ୍ତି । ଶ୍ରୀମତୀ ସାହୁ ପ୍ରଥମେ ଭଞ୍ଜନଗର ତହସିଲକୁ ଯାଇ ବିଭାଗୀୟ ସମୀକ୍ଷା
Read More...

ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ମାରିଲା ପୁଅ

ପୁରୀ : ନିଶାସକ୍ତ ପୁଅର ନୃଶଂସ କାଣ୍ଡ । ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ହତ୍ୟା କଲା ପୁଅ । ଗୁରୁବାର ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅକୁ ପିଟିପିଟି ଲହୁଲୁହାଣ କଲେ ଗ୍ରାମବାସୀ ।
Read More...

ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ : ୨୦ ଆହତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ୱର ଜାତୀୟ ରାଜପଥ କୋକୋ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନେ
Read More...