Yearly Archives

2022

୪୦ ଘଣ୍ଟାର ଡ୍ରାମା ପରେ ପାକ୍ ଆର୍ମି ଅପରେସନରେ ୩୩ ଟିଟିପି ଆତଙ୍କବାଦୀ ସହ ୨ କମାଣ୍ଡୋଙ୍କ ପ୍ରାଣ ଗଲା

ଇସ୍‌ଲାମାବାଦ : ୪୦ ଘଣ୍ଟା ଧରି ଚାଲିଥିବା ତେହେରିକ-ଇ-ତାଲିବାନ (ଟିଟିପି)ର ଡ୍ରାମାକୁ ପାକିସ୍ତାନୀ ସେନା ସମାପ୍ତ କରିଛି । ସମସ୍ତ ୩୩ ଟିଟିପି ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସେନା ଦାବୀ କରିଛି । ସେନାର ଅପରେସନ ପରେ ଆକାଶରେ କଳା ଧୂଆଁ ଉଠିଥିବାର ଦେଖାଯାଇଛି । ଅପରପକ୍ଷେ ଏହି ଅପରେସନ
Read More...

ତାଲିବାନର ଆଉ ଏକ ଅବୈଧ ଆଦେଶ, ବିଶ୍ୱବିଦ୍ୟାଳୟରେ ବାଳିକା ଶିକ୍ଷା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଏକ ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ତାଲିବାନ ଝିଅମାନଙ୍କ ପାଇଁ ଉଚ୍ଚ ଅଧ୍ୟୟନର ସମସ୍ତ ରାସ୍ତା ବନ୍ଦ କରିଦେଇଛି । ବାସ୍ତବରେ ତାଲିବାନ ମଙ୍ଗଳବାର ଦିନ ଏକ ନୂତନ ଆଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟରେ
Read More...

କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା : ଜେଲକୁ ଅନୁସଂଧାନ ପାଇଁ ଆସିଲେ କ୍ରାଇମ୍‌…

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସବ୍‌ଜେଲରେ ବିଚାରାଧିନ ଭାବେ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ୧୦ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍‌, ବଲାଙ୍ଗିର ଜିଲ୍ଲା ଜଜ୍‌ ଏବଂ ସ୍ଥାନୀୟ ପୋଲିସ ଏସ୍‌ଡିପିଓ
Read More...

ଦ୍ୱିତୀୟ ବଲାଙ୍ଗିର ଓପନ୍‌ ଫିଡେ ରେଟିଂ ଚେସ୍‌ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦପଡା କଲ୍ୟାଣ ମଣ୍ଡପଠାରେ ଆସନ୍ତା ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ବଲାଙ୍ଗିର ଫିଡେ ରେଟିଂ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏ ନେଇ ବଲାଙ୍ଗିର ଚେସ୍‌ ଆସୋସଏସନ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
Read More...

ମଦ୍ୟପ ଟ୍ରକ ଚାଳକ ଗିରଫ

ବ୍ରଜରାଜନଗର : ଓରିଏଣ୍ଟ ଥାନା ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ମଦୁଆ ଗାଡି ଚାଳକ ଧରିବା ପାଇଁ ୯ ନଂ ଛକରେ ଯାଞ୍ଚ କରାଯାଇଥିଲା । ଜଣେ ଟ୍ରକ ଚାଳକ ମଦ ପିଇ ଗାଡି ଚଳାଉଥିବା ଟେଷ୍ଟରୁ ଜଣାପଡିଥିଲା । ଫଳରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
Read More...

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ କୃଷି କାର୍ଯ୍ୟାଳୟରେ ଓଡିଶା ମିଲେଟ ମିସନ ପକ୍ଷରୁ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ ଆରମ୍ଭ ହୋଇଛି । ଖରିଫ ଋତୁରେ ଅମଳ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ପାଇଁ ବ୍ଲକର ସମସ୍ତ ପଞ୍ଚାୟତ ଗାଁମାନଙ୍କୁ
Read More...

ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ କଲ୍ୟାଣ ମଣ୍ଡପଠାରେ ସ୍ୱାଭିମାନ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗଲପୁର ଫାଣ୍ଡି ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ମୁଖ୍ୟ ଅତିଥି, ହେମନ୍ତ ବେହେରା, ଉଦ୍ଧବ ତ୍ରିପାଠୀ ଓ ବିଶ୍ୱନାଥ ସାହୁ ସମ୍ମାନିତ ଅତିଥି
Read More...

ରୟାଲ ସ୍କୁଲରେ ବାର୍ଷିକ କ୍ରୀଡା

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ନଅଗାଁ ସ୍ଥିତ ଦ ରୟାଲ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ନିର୍ଦ୍ଦେଶରେ ଅଶ୍ୱିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ଭୋଇ, ରମାକାନ୍ତ
Read More...

ଟିଟିଲାଗଡରେ ଶିକ୍ଷକ ମହାସମାବେଶ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଅଞ୍ଚଳର ୧୪ଟି କ୍ଲଷ୍ଟରର ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ଟିଟିଲାଗଡ ଜିଲ୍ଲା ଶିକ୍ଷା
Read More...