p purohi

ଆଇପିଏଲ୍‌ : ବାଙ୍ଗାଲୋରକୁ ୫ ୱିକେଟରେ ହରାଇ ପ୍ଲେ ଅଫ୍‌ରେ ଜାଗା ପକ୍କା କଲା ମୁମ୍ବାଇ

dr. purohit

ଆବୁଧାବି : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ପର୍ୟ୍ୟାୟରେ ପ୍ରବେଶ କରିଛି। ୧୨ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଥିବା ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସପ୍ତମ ଥର ଏହି ସଫଳତା ଲାଭ କରିଛି । ସଂପ୍ରତି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ଥିବା ଏହି ଦଳ ତା’ର ବଳକା ଦୁଇ ମ୍ୟାଚ୍ ହାରିଲେ ମଧ୍ୟ ଅଧିକ ‌ନେଟ୍ ରନ୍ ରେଟ୍ ଥିବାରୁ ପ୍ଲେ ଅଫ୍ ଖେଳିବ। ସେପଟେ ବିରାଟ କୋହଲିଙ୍କ ଆର୍‌ସିବି ପ୍ଲେ ଅଫ୍‌ରେ ସ୍ଥାନ ସୁରକ୍ଷିତ କରିବାର ଏକ ଭଲ ସୁଯୋଗ ହାତଛଡ଼ା‌ କରିଛି । ପ୍ଲେ ଅଫ୍ ଖେଳିବାକୁ ହେଲେ ଆର୍‌ସିବିକୁ ଏବେ ତା’ର ବଳକା‌ ଦୁଇ ମ୍ୟାଚ୍‌ରୁ ଭଲ ରନ୍‌ ରେଟ୍‌ ସହ ଅତିକମ୍‌ରେ ଗୋଟିକୁ ଜିତିବାର ଦରକାର ରହିଛି। ଏହି ଦଳ ବୁଧବାର ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି । ଆର୍‌ସିବି ଆଜି ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ମୁମ୍ବାଇ ୧୯.୧ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା ।

ଅଧିନାୟକ ବିରାଟ କୋହଲି (୯) ଓ ବିସ୍ଫୋରକ ଏବି ଡି’ଭିଲିୟର୍ସ (୧୫)ଙ୍କୁ ଆଉଟ୍ କରି ଆର୍‌ସିବି ରନ୍ ସଂଗ୍ରହ ହାରକୁ ମୁମ୍ବାଇ ଯଥେଷ୍ଟ କମାଇ ଦେଇଥିଲା। ଆର୍‌ସିବି ମାତ୍ର ୭ ରନ୍‌ରେ କୋହଲି, ଡି’ଭିଲିୟର୍ସ, ଶିଭମ ଦୁବେ (୨) ଓ କ୍ରିସ୍ ମୋରିସ୍ (୪)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଶେଷ ୧୬ ବଲ୍‌ରୁ ଗୁରୁକିରଟ ସିଂହ (୧୪) ଓ ୱାସିଂଟନ୍ ସୁନ୍ଦର (୧୦) ୨୬ ରନ୍ ଯୋଡ଼ିବା ପରେ ୧୬୪/୬ର ସମ୍ମାନଜନକ ସ୍କୋର କରିପାରିଥିଲା। ଯଶପ୍ରୀତ ବୁମ୍‌ରା (୪-୧-୧୪-୩)ଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା ।

ସୂର୍ୟ୍ୟକୁମାର ଯାଦବ (୭୯ଞ୍ଚ) ପୁଣି ଥରେ ତାଙ୍କ ତେଜ ଦେଖାଇଥିଲେ। ଦ୍ରୁତ ଓ ସାହାସି ବ୍ୟାଟିଂ କରି ସୂର୍ୟ୍ୟ ହିଁ ଆଜି ମୁମ୍ବାଇକୁ ପାଞ୍ଚଟି ବଲ୍ ପୂର୍ବରୁ ମହତ୍ବପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ବିଣ୍ଟନ୍ ଡି’କକ୍ ୧୮, ଈଶାନ କିଶନ ୨୫, ସୌରଭ ତିୱାରୀ ୫, ହାର୍ଦିକ ପାଣ୍ଡ୍ୟା‌ ୧୦ ଓ କ୍ରୁନାଲ ପାଣ୍ଡ୍ୟା ୧୭ ରନ୍ କରିଥିଲେ। ମହମ୍ମଦ ସିରାଜଙ୍କୁ ଚୌକା ମାରି କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସୂର୍ୟ୍ୟ ମୁମ୍ବାଇର ବିଜୟ ମୁଣ୍ଡି ମାରିଥିଲେ। ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆର୍‌ସିବି ପାଇଁ ଅଷ୍ଟ୍ରେଲୀୟ ଜୋସ୍ ଫିଲିପ (୩୩) ଓ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ଦେବଦତ୍ତ ପଡ଼ିକଲ (୭୪) ଦୃଢ଼ ମୂଳଦୁଆ ପକାଇଥିଲେ ।

nrusinghnath
Leave A Reply

Your email address will not be published.