lika

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ସୋହେଲା ବିଜୟୀ

gbag

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଗତକାଲି ମ୍ୟାଚକୁ ବ୍ଲୁ ଡ଼ାଇମଣ୍ଡ କ୍ରିକେଟ୍ କ୍ଲବ୍ ଓ ସୋହେଲା ଆଥେଲେଟିକ୍ ଏସୋସିଏସନ୍ ଜିତିଛନ୍ତି। ସଂଘର ସଂପାଦକ ରବି ପଣ୍ଡାଙ୍କ ପୌରହିତ୍ୟରେ ଆଜି ବିକାଶ ଷ୍ଟାଡିୟମରେ ଅନୁଷ୍ଠିତ ଆଜିର ମ୍ୟାଚକୁ ବିକାଶ ଗ୍ରୁପର ଚେୟାରମେନ ଡି. ମୁରଲୀ କ୍ରିଷ୍ଣା ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିକାଶର ଡ଼ାଇରେକଟର ଡ. ସମରେନ୍ଦ୍ରନାଥ, କୋଚ ଆଶୋକ ସିଂ, କ୍ରୀଡ଼ାଶିକ୍ଷକ ପିତାମ୍ବର ପ୍ରଧାନ, କ୍ରିକେଟ୍ ଏସୋସିଏସନର ବରିଷ୍ଠ ସଦସ୍ୟ ରଜତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖେଳରେ ବିକାଶ ଷ୍ଟାଡିୟମରେ ଭବାନୀ କ୍ଲବ୍, କୁମ୍ଭାରୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆକାଶ ସିଂଙ୍କ ୨୭ ରନ, ଗଜପତି ଭୋଇଙ୍କ ୨୬ ରନ, ସ୍ୱରୂପ ସାହୁଙ୍କ ୧୯ ରନ ସହାୟତାରେ ୨୯.୩ ଓଭରରେ ମାତ୍ର ୧୩୬ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ବରଗଡ଼ ବ୍ଲୁ ଡାଇମଣ୍ଡ ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ୨/୨ ୱିକେଟ୍, ରୂପକ ପ୍ରଧାନ ୨୯/୨, ଅମିତ୍ ବିକ୍ରମ ରାଉତ ୧୫/୨, ସୁମିତ ରାୟ ୩୪/୧ ଏବଂ ଅବିନାଶ ସିଂ‌ଙ୍କ ୧୫/୧ ୱିକେଟ୍ ନେଇଥିଲେ । ଜବାବରେ ବ୍ଲୁ ଡାଇମଣ୍ଡ ଦଳର ପ୍ରତିଷ୍ଠିତ ଖେଳାଳୀ ଦେବେନ୍ଦ୍ର କୁଅଁରଙ୍କ ଅପରାଜିତ ୭୦ ରନ ଓ ପ୍ରବୀଣ ଲୁହାଙ୍କ ଅପରାଜିତ ୬୦ ରନ ଫଳରେ ଦଳ ମାତ୍ର ୧୪.୧ ଓଭରରେ କେବଳ ରୂପକ ପ୍ରଧାନଙ୍କ ୱିକେଟ୍ ହରାଇ ୧୩୯ ରନ କରି ମ୍ୟାଚକୁ ୯ ୱିକେଟ୍ ରେ ଜିତି ନେଇଥିଲେ । ଭବାନୀ କ୍ଲବର ସେକ ଫଇମ ରାଜା ଏକ ମାତ୍ର ୱିକେଟଟି ନେଇଥିଲେ । ମ୍ୟାଚକୁ ପ୍ରଦୀପ ଦାଶ ଓ ଅକ୍ଷୟ ସାହାଣୀ ପରିଚାଳିତ କରିଥିବା ବେଳେ ସ୍କୋରର ଥିଲେ ରଜତ ଦାଶ ।

babaa
Leave A Reply

Your email address will not be published.