ବର୍ଷାର ସମ୍ଭାବନାକୁ ଦେଖି ବଲାଙ୍ଗିର ଜିଲ୍ଲା ପ୍ରଶାସନର ପଦକ୍ଷେପ : ଡେମ୍‌ପଡ଼ା ଓ ହାତୀଶାଲପଡ଼ା ଡେମ‌ର ଗେଟ୍‌ ଖୋଲାଯାଇଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବେଳେ ଡେମ୍‌ପଡ଼ା ଓ ହାତୀଶାଲପଡ଼ା ସ୍ଥିତ ଡେମ୍‌ର ଗେଟ୍‌ ଖୋଲି ଦିଆଯାଇଛି । ଫଳରେ ବର୍ଷା ପାଣି ଜମି ଆଉ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ବିଶ୍ୱାସ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅଗଷ୍ଟ ୧୩ରେ ହୋଇଥିବା ବନ୍ୟା ଯୋଗୁଁ ସଂପୃକ୍ତ ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇ ବଲାଙ୍ଗିର ସହରରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଥିଲା । ତେବେ ଏଭଳି ବନ୍ୟା ପରିସ୍ଥିତି ଆଉ ସୃଷ୍ଟି ନହେବାକୁ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.