pr

ବିଶ୍ୱାତ୍ମ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୭୨ତମ ବନ ମହୋତ୍ସବ ପାଳନ : ଆଇନ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ଆନନ୍ଦ ନିକେତନ ସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୭୨ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଆଇନ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱାତ୍ୱ ଚେତନା ପରିଷଦର ସ୍ୱାମୀଜୀ, ପିଏଲ୍‌ଏ ଅଧ୍ୟକ୍ଷ ବିଚାରପତି ପ୍ରଶାନ୍ତ କୁମାର ଦାସ, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ଦେବାଶିଷ ରାଉତ, ଏସ୍‌ସି/ଏସ୍‌ଟି ପିଓ ସରୋଜ କୁମାର ଦାଶ, ବରିଷ୍ଠ ସିଭିଲ ଜଜ୍‌ ଜ୍ୟୋତିରଂଜନ ଦାଶ, ସ୍ପେସିଆଲ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ରମେଶ ଚନ୍ଦ୍ର ରାୟଗୁରୁ ଏବଂ ଡିଏଫ୍‌ଓ ସମୀର ରଂଜନ ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିବା ସହିତ ଅନୁଷ୍ଠିତ ଆଇନ ସଚେତନତା ଶିବିରରେ ଆଇନ ସଂବନ୍ଧୀୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବନ ବିଭାଗ ଏବଂ ବିଦ୍ୟାଳୟର କର୍ମଚାରୀ ସମୂହ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.