oom

ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟିର ଭର୍‌ଚୁଏଲ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କମିଟିର ଏକ ଭର୍‌ଚୁଏଲ ମିଟିଂ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଭର୍‌ଚୁଏଲ ସଭାରେ ମେଣ୍ଟର ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପାଇକମାଲ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ, ସହ ଶିକ୍ଷା ଅଧିକାରୀ ଜନକ ଲାଲ ମେହେର, ଶିବ ପ୍ରସାଦ ଯୋଶୀ, ପ୍ରେମାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ମୋ ସ୍କୁଲ ଅଭିଯାନ ବୈଠକରେ ବାର୍ଷିକ ଖସଡା, ଶିଶୁ ଉଦ୍ୟାନ ଏବଂ ଭିତର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶିଶୁ ଉଦ୍ୟାନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ପାଣ୍ଠି ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ତାହାକୁ ସର୍ବସମ୍ମତି କ୍ରମେ ସମସ୍ତ ସଦସ୍ୟ ସ୍ଵାଗତ କଲେ । ଆସନ୍ତା ୭ ତାରିଖ ବୁଧବାର ଦିନ ବନ ମହୋତ୍ସବରେ ଆମ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ତଥା ପୋଷ୍ୟ ଗ୍ରହଣ କରିଥିବା ଶ୍ରୀ ବାରିକ ଓ ଶ୍ରୀ ପୁରୋହିତ ଏବଂ ସମସ୍ତ ଅଧିକାରୀ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉକ୍ତ ଆଲୋଚନାରେ ମୋ ସ୍କୁଲ ଅଭିଯାନର ସଭାପତି ଡୋଲାମଣି ମାହାର, ମହାଦେବ ବେହେରା, ପ୍ରଫୁଲ୍ଲ ପାଣିଗ୍ରାହୀ, ନିମାଇଁ ଚରଣ ସାହୁ (ଭୁବନେଶ୍ୱର) ଅଂଶ ଗ୍ରହଣ କରିଥିବା ବେଳେ ଡା ଜୟଶ୍ରୀ ସାହୁ, ଅବିନାଶ ମାଝୀ, ଆକାଶ ଅଗ୍ରୱାଲ, ଆକାଶ ପାଣିଗ୍ରାହୀ, ଡୋଲାମଣି ତ୍ରିପାଠୀ, ନିମାଇଁ ଚରଣ ସ୍ଵାଇଁ, ପବିତ୍ର ପାଣିଗ୍ରାହୀ, ଯୁଗଲ କିଶୋର ସ୍ଵାଇଁ, ସୋନାଲୀ ମାହାଲିକ, ମୁଜାଫର ହୁସେନଙ୍କ ସମେତ ୪୦ ଜଣ ସଦସ୍ୟଙ୍କ ଉପସ୍ଥିତି ଥିବା ବେଳେ ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଦୀପାଞ୍ଜାଳୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.