ଆଜି ମୁକ୍ତି ସଂଗ୍ରାମର ମହାରଥୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁକ୍ତି ସଂଗ୍ରାମର ମହାରଥୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଆଜି ତା‌ଙ୍କ ଜୟ‌ନ୍ତୀ ତିଥିରେ ସ‌ମ୍ମାନ ଜଣାଉଛି ସାରା ଓଡ଼ିଶା ମାଟି । ୧୮୦୯ ମସିହା ଆଜିର ଦିନରେ ସେ ସମ୍ବଲପୁର ମାଟିରେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ଅଧା ସମୟ ମୁକ୍ତି ସଂଗ୍ରାମ ପାଇଁ ସେ କାରାଗାରରେ କାଟିଥିଲେ । ଜୀବନର ଅ‌ନ୍ତିମ କ୍ଷଣ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ ।

ସ୍ବାଭିମାନ ଓ ସଂଗ୍ରାମର ପ୍ରଚ‌ଣ୍ଡ ସ୍ବର ଥିଲେ ବୀର ସୁରେନ୍ଦ୍ର ସାଏ । ସିପାହୀ ବିଦ୍ରୋହର ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରିଥିଲେ ବିଦ୍ରୋହ ଓ ସଶସ୍ତ୍ର ଉଲଗୁଲାନ୍‌ । ଦୀର୍ଘ ସାତ ବର୍ଷ ଧରି ଶକ୍ତିଶାଳୀ ଇଂରେଜ ଫଉଜଙ୍କୁ ନୟାନ୍ତ କରିଥିଲେ ।

ତା‌ଙ୍କ ଭଳି ଜଣେ ବୀର ପୁରୁଷ‌ଙ୍କୁ ଜନ୍ମ ଦେଇ ଏ ମାଟି ଧନ୍ୟ ହୋଇଛି । ଆଜିର ଜ‌ନ୍ମତିଥିରେ ତା‌ଙ୍କୁ ମନେ ପକାଉଛି ସ‌ମ୍ବଲପୁର ସହ ସାରା ଓଡ଼ିଶା ମାଟି ।

Leave A Reply

Your email address will not be published.