oom

“ଗାନ୍ଧିଜୀ ସିପାହୀ -ଅଲେଖ ପାତ୍ର” ପୁସ୍ତକ ଉନ୍ମୋଚିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ନୃସିଂହନାଥ ସ୍ଥିତ ନିସର୍ଗ ନିବାସରେ ସ୍ବାଧୀନତା ସଂଗ୍ରାମୀ ସର୍ବୋଦୟ କର୍ମୀ ଅଲେଖ ପାତ୍ରଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ସର୍ବୋଦୟ ମଣ୍ଡଳର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସ୍ବର୍ଗତ ପାତ୍ରଙ୍କ ଜୀବନୀ ଓ କର୍ମଧାରା ଉପରେ ଉପସ୍ଥିତ କର୍ମୀ ମାନେ ଦିଶା ଆଲୋକପାତ କରିଥିଲେ । ବିଶିଷ୍ଟ କୃଷକ ନେତା ଲିଙ୍ଗରାଜ ଯୋଗ ଦେଇ ସ୍ବର୍ଗତ ପାତ୍ରଙ୍କ ଜିବନୀ ଓ କର୍ମଧାରା ଉପରେ ଆଲୋକପାତ କରି ସେ ଜଣେ ସେବା,ସଂଘର୍ଷ ଓ ରଚନାତ୍ମକ କର୍ମର ସମାହାର ବୋଲି କହିଥିଲେ । ସ୍ଥାନୀୟ ସ୍ତରରେ ବାଲୋକୋ ବିରୋଧୀ ଆନ୍ଦୋଳନ ସାଙ୍ଗକୁ କାଶୀପୁର ଆନ୍ଦୋଳନରେ ସଂପୃକ୍ତିକୁ ସେ ସ୍ମରଣ କରିଥିଲେ । ଏହି ଅବସରରେ ଉତ୍କଳ ଗାନ୍ଧୀ ସ୍ୱାରକ ନିଧି ତରଫରୁ ପ୍ରକାଶିତ ଅରୁନ୍ଧତୀ ପାତ୍ରଙ୍କ ଦ୍ଵାରା ରଚିତ “ଗାନ୍ଧିଜୀଙ୍କ ସିପାହୀ – ଅଲେଖ ପାତ୍ର” ପୁସ୍ତକର ଉନ୍ମୋଚନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କେଦାର ପ୍ରଧାନ, ମୀନକେତନ ସାହୁ, ଅମିତାଭ ପାତ୍ର, ଅର୍ଚ୍ଚନା ପାତ୍ର, କୁଳମଣି ଧରୁଆ, ଶରତ ରାଉତ, ସରୋଜ ସୁନା, ରାଜେନ୍ଦ୍ର କୁମାର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ସଂପାଦକ ଟେକଚାନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.