oom

ଜ୍ୟୋତିରାଣୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ଭକ୍ତି ଗଂଗୋତ୍ରୀ’ର ଶୁଭ ଉନ୍ମୋଚନ

jsmm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଲିଟରାରି ଏ‌ଣ୍ଡ ସୋସିଆଲ କ୍ଲବ ପରିସରରେ ପୂଜ୍ୟ ପୂଜା ସେବା ସଂଗଠନ ସହଯୋଗରେ ଜ୍ୟୋତିରାଣୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ଭକ୍ତି ଗଂଗୋତ୍ରୀର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଆକାଶବାଣୀ ବଲାଙ୍ଗିରର ପ୍ରସାରଣ ନିଷ୍ପାଦକ ଦେବବ୍ରତ ଭୋଇ, ମୁଖ୍ୟବକ୍ତା ଭାବରେ କବୟିତ୍ରୀ ସୁଶ୍ରୀ ସଂଯୁକ୍ତା ପରିଛା ଯୋଗ ଦେଇ ସାମ୍ପ୍ରତିକ ସମୟରେ ସମାଜକୁ ଭକ୍ତି ଭାବରେ ପ୍ରେରିତ କରି ହିଁ ଆମେ ସୁଧାରି ପାରିବା ଓ ଏଥିପାଇଁ ଏହି ଭକ୍ତି କବିତା ସଂକଳନ ବହୁତ ଉପାଦେୟ ବୋଲି ମତବ୍ୟକ୍ତ କରିଥିଲେ । ପୁସ୍ତକକୁ ସମୀକ୍ଷା କରିଥିଲେ କବି ରତ୍ନମୟ ତ୍ରିପାଠୀ । ଆରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ କବୟିତ୍ରୀ କସ୍ତୁରୀ ରଥ । ପ୍ରାରମ୍ଭ ସଂଗୀତ ପରିବେଷଣ କରିଥିଲେ ସୁଶ୍ରୀ ସମ୍ପୂ‌ର୍ଣ୍ଣା । ସଂକଳନର କବିତାକୁ ସୁନ୍ଦର ସ୍ୱରରେ ଗାଇଲେ ନେପାଲ ଚନ୍ଦ୍ର ବାଗ । କାର୍ୟ୍ୟକ୍ରମକୁ ସୁନ୍ଦର ଭାବରେ ସଂଯୋଜନା କରିଥିଲେ ଅନୁଷ୍ଠାନର ସମ୍ପାଦକ ମଦନ ମୋହନ ରଥ । ଏହି ଅବସରରେ ପୁସ୍ତକର ପ୍ରକାଶିକ ତଥା ଲେଖିକାଙ୍କ ମା’ ଶ୍ରୀମତୀ ବିନୋଦିନୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ପୂଜା ଓ ପ୍ରିୟା ତଥା ଅନୁଷ୍ଠାନର ସଭ୍ୟ ଚୂଡେଂଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ, ପ୍ରଦୀପ ପଶାୟତ, ହୃଷିକେଶ ପୁରୋହିତ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସଭ୍ୟ ଧୀରେନ୍ଦ୍ର ନାରାୟଣ ସିଂଦେଓ । ଏହି ସଭାରେ ସହରର ଅନେକ ସାହିତ୍ୟ ପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.