୪ ଫୁଟିଆ ସାପକୁ ଉଦ୍ଧାର କଲେ ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୪ ଫୁଟିଆ ନାଗ ସାପକୁ ସ୍ନେକ୍‌ ହେଲ୍ପ ଲାଇନ୍‌ କର୍ତ୍ତୃପକ୍ଷ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଡେଲାଙ୍ଗର ଦାଶରଥୀ ମହାପାତ୍ର ଏକ ପୂଜା ସାମଗ୍ରୀ ଦୋକାନ କରିଛନ୍ତି । ତାଙ୍କ ଦୋକାନରେ ମୂଷା ଉପଦ୍ରବ କରୁଥିଲେ । ତେଣୁ ସେ ଗତକାଲି ଏକ ମୂଷାଧରା ଯନ୍ତ୍ର ବସାଇଥିଲେ । ତା’ ଭିତରେ ଏକ ମୂଷା ପଡ଼ିଥିଲା । ସକାଳେ ଶ୍ରୀ ମହାପାତ୍ର ଦୋକାନ ଖୋଲିବାବେଳକୁ ମୂଷାଧରା ଯନ୍ତ୍ରରେ ଏକ ବଡ଼ ନାଗ ସାପ ଫସି ରହି ଗର୍ଜନ କରୁଛି । ତେଣୁ ସେ ଭୟରେ ବାହାରକୁ ବାହାରି ଆସିଲେ । ସେ ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଖବର ଦେଇଥିଲେ । ସୁଶାନ୍ତ ପହଞ୍ଚି ସାପଟିକୁ ଧରିଥିଲେ ।

Leave A Reply

Your email address will not be published.