କପିଲାଭଟାରେ ଭାଗବତ ପ୍ରବଚନ ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏଥିରେ ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣଚନ୍ଦ୍ରଙ୍କ ଭାଗବତ ପ୍ରବଚନରେ ଶ୍ରୀ ଶ୍ରୀ ପରୀକ୍ଷିତ୍‌ ଜୀ ମହାରାଜ ଯୋଗଦେଇ ପ୍ରବଚନ ଦେଉଛନ୍ତି । ଏଥିରେ ରାଜେନ୍ଦ୍ର କୁମାର ପାଣ୍ଡେ, ସୁଶାନ୍ତ କୁମାର ପଟେଲ ଓ ନନ୍ଦଲାଲ ବାରିକ ନେତୃତ୍ୱ ନେଉଛନ୍ତି । ଏଥିରେ କର୍ତ୍ତା ଭାବେ ଯୋଗିଚନ୍ଦ୍ର ବିଶି ଓ ତାଙ୍କ ସହଧର୍ମିଣୀ ସଂଯୁକ୍ତା ବିଶି ଦାୟିତ୍ୱ ନିର୍ବାହ କରୁଛନ୍ତି । ଅଂଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଭାଗବତ ପ୍ରବଚନରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଲିଛି । କପିଲାଭଟା ଗାଁ ଗୋଟିଏ ପ୍ରକାର ଭକ୍ତିମୟ ସୃଷ୍ଟି ହେଉଛି । ଏଥିରେ ଯଜେ୍ଞଶ୍ୱର ବିଶି, ଭୋଲାଶଙ୍କର ବିଶି, ଡମ୍ବରୁ ହଂସ, ନିଲାମ୍ବର ବେହେରା, କ୍ଷୀରୋଦ ବେହେରା, ଭବସାଗର ବେହେରା, ଡଗ୍ରେ ବେହେରା, ପ୍ରହଲ୍ଲାଦ ବେହେରା, ବୃନ୍ଦାବନ ବେହେରା, ଶୋଭା ହଂସ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଏହି ଭାଗବତ ପ୍ରବଚନ ତିନି ଦିନ ଧରି ଚାଲୁ ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିିଛି ।

Leave A Reply

Your email address will not be published.