କେ.ଭି. କଲେଜ ପରିଚାଳନା ଅଧ୍ୟକ୍ଷ ଉପଜିଲ୍ଲାପାଳଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି କେ.ଭି.କଲେଜର ନୂତନ ଶ୍ରେଣୀ ଗୃହ ଗୁରବାର ଦିନ ଉଦ୍‌ଘାଟିତ ହୋଇଛି । କଲେଜର ପରିଚାଳନା ଅଧ୍ୟକ୍ଷ ତଥା ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ ହୋଇଛି । ଏହି ଶ୍ରେଣୀ ଗୃହ ପଶ୍ଚିମ ଓଡିଶା ବିକାଶ ପରିଷଦ ଓ କଲେଜ ଉନ୍ନୟନ ପାଣ୍ଠିରୁ ମୋଟ ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କଠାରୁ ପ୍ରକାଶ । ଏହି ଉଦଘାଟନୀ ଅବସରରେ କଲେଜ ପକ୍ଷରୁ ବରିଷ୍ଠ ପ୍ରାଧ୍ୟାପକ ଦିନବନ୍ଧୁ କରଙ୍କଦ୍ୱାରା ଉପଜିଲ୍ଲାପାଳଙ୍କୁ ଏକ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା । ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ, ଓ କର୍ମଚାରି ଉପସ୍ଥିତ ଥିଲେ ।

Leave A Reply

Your email address will not be published.