om academy

ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

jsm

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ ୧୨ ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।
ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀ ଆସନ୍ତା ୧୯ ରୁ ୨୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି । କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଉଦ୍ଭାବନ ଓ ବୈଷୟିକ ସମାଜ (କେଆଇଟିଏସ), କର୍ଣ୍ଣାଟକ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଭିଜନ ଗ୍ରୁପ, ଜୈବ ପ୍ରଯୁକ୍ତି ବିଦ୍ୟା ଓ ଷ୍ଟାର୍ଟଅପ, ସଫ୍ଟୱେର ପ୍ରଯୁକ୍ତିବିଦ୍ୟା ପାର୍କ ଅଫ ଇଣ୍ଡିଆ(ଏସଟିପିଆଇ) ଏବଂ ଏମଏମ ଆକ୍ଟିଭ ସାଇନ୍ସ ଟେକ୍ନୋଲୋଜି କମ୍ୟୁନିକେସନ ଏହାକୁ ମିଳିତ ଭାବେ ଆୟୋଜନ କରୁଛନ୍ତି ।
ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ସ୍ଵିସ ମହାସଂଘର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୟ ପର୍ମେଲିନ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ସେମାନଙ୍କ ବ୍ୟତୀତ ଶିଳ୍ପଗୁରୁ, ଚିନ୍ତକ, ଟେକ୍ନୋକ୍ରାଫ୍ଟ, ଗବେଷକ, ଉଦ୍ଭାବକ, ନିବେଶକ, ନୀତିନିର୍ଦ୍ଧାରକ ଓ ଶିକ୍ଷାବିତ ଭାରତ ଓ ଭାରତ ବାହାରୁ ଯୋଗଦେବେ । ଚଳିତ ବର୍ଷ ନେକ୍ସଟ ଇଜ ନାଓ ଶିଖର ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି । ଏହି ସମ୍ମିଳନୀରେ କରୋନା ମହାମାରୀ ପରବର୍ତ୍ତୀ ବିଶ୍ଵରେ ବିଭିନ୍ନ ଆହ୍ୱାନ ତଥା ବୈଷୟିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ବିଶେଷ ଆଲୋଚନା ହେବ ।

Leave A Reply

Your email address will not be published.