om academy

ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

jsm

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା ୧୯ ନଭେମ୍ବର ୨୦୨୦ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ ଉତ୍ସର୍ଗୀକୃତ ସମ୍ମିଳନୀ । ଉଭୟ ନେତା କୋଭିଡ ପରବର୍ତ୍ତୀ ବିଶ୍ଵରେ ଭାରତ-ଲକ୍ସେମବର୍ଗ ସହଯୋଗକୁ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ନେଇ ଆଲୋଚନା କରିବେ । ପାରସ୍ପରିକ ସ୍ୱାର୍ଥ ଥିବା ଅନ୍ତର୍ଜାତୀୟ ତଥା ବିଶ୍ଵ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବେ ।
ନିକଟ ଅତୀତରେ ଉଭୟ ଭାରତ ଏବଂ ଲକ୍ସେମବର୍ଗ ଉଚ୍ଚ ସ୍ତରୀୟ ଆଲୋଚନା ଜାରି ରଖିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀ ପୂର୍ବରୁ ତିନିଥର ସାକ୍ଷାତ କରିଛନ୍ତି ।

Leave A Reply

Your email address will not be published.

2 + 20 =