ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଛେଣ୍ଡିପଦା ଥାନା ବାଲିପଟ୍ଟା ଗାଁ ଜଙ୍ଗଲରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ଠାକୁରଗଡ ଥାନା ଇଲାକା କୃତିବାସପୁର ଅଞ୍ଚଳର ଅମର ସାହୁ ବୋଲି ଜଣାପଡିଛି । ଗତ ଦୁଇ ଦିନ ହେଲା ଅମର ସାହୁ ଛେଣ୍ଡିପଦା ଆସି ନିଖୋଜ ଥିଲେ । ଆଜି ମୃତଦେହ ମିଳିବା ପରେ ଛେଣ୍ଡିପଦା ପୁଲିସ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଯୁବକଙ୍କ ବାଇକ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.