ଦୁଇ ଦିନିଆ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଇରଙ୍ଗପୁର : ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିଅମରେ ଦୁଇ ଦିନିଆ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଇନ୍ଦ୍ରାଣୀ ଓ ଜ୍ୟୋତିଷ ଗୁପ୍ତା ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ଉଦ୍‌ଘାଟିତ କରିଥିଲେ । ଏହି ପ୍ରତିଯୋଗିତାରେ ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ ବାଲେଶ୍ଵର, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ରାଉରକେଲା, ବଲାଙ୍ଗୀର ଏବଂ ମୟୁରଭଞ୍ଜରୁ ଖେଳାଳି ମାନେ ଭାଗ ନେଇଛନ୍ତି । ନକ୍‌ ଆଉଟ ଫର୍ମାଟରେ ଆୟୋଜିତ ଏହି ମ୍ୟାଚ ଦୁଇ ଦିନ ଧରି ଚାଲିବ । ରାଇରଙ୍ଗପୁରର ଯୁବ ସାମାଜସେବୀ ତଥା କ୍ରୀଡା ପ୍ରେମୀ ଅନୁରାଗ ଗୁପ୍ତା ଓ ତାଙ୍କ ପରିବାର ଦ୍ୱାରା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି ।

Leave A Reply

Your email address will not be published.