ଟ୍ରେନରେ କଟି ଇଓଙ୍କ ମୃତ୍ୟୁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ରାୟପୁର ଯାଉଥିବା ରେଳପଥ ଟଙ୍କପାଣି ଗାଁ ଏବଂ ଚୋରମୁଣ୍ଡା ଗାଁ ମଧ୍ୟରେ ଥିବା ଏକ ଫାଟକ ପାଖରେ ରାତିରେ କୈାଣସି ଏକ ଟ୍ରେନ ଧକ୍କାରେ ବୁଢାଛାପର ଗ୍ରାମର ଇଓ କୃଷ୍ଣ ଚନ୍ଦ୍ର ନାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ କଣ୍ଟାବାଞ୍ଜି ରେଲୱେ ପୋଲିସ ଘଟଣା ସ୍ଥଳରେ ପହଂଚି ଥିଲେ, ହେଲେ ଘଟଣା ସ୍ଥଳରେ ମୃତ ଦେହ ନଥିଲା ।

କୃଷ୍ଣଙ୍କ ପରିବାର ବର୍ଗ ସକାଳୁ ମୃତ ଶରୀରକୁ ନିଜ ଗ୍ରାମକୁ ଆଣି ଦାହ ସଂସ୍କାର କରୁଥିବା ନେଇ କଣ୍ଟାବାଞ୍ଜି ରେଲୱେ ପୋଲିସ କୈାଣସି ସୁତ୍ରରୁ ଖବର ପାଇ ମୃତକଙ୍କ ଗ୍ରାମ ବୁଢାଛାପରକୁ ପହଞ୍ଚିଥିଲା । ଶବ ପୋଡ଼ା ଯାଉଥିବା ସ୍ଥାନରେ ରେଲୱେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.