oum

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

jsm

ବେଲପଡା, (କରୁଣାକର ବୁଡ଼େକ) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦୁରମୁଣ୍ଡା ଗାଁର ଆଜି ଅପରାହ୍ନ ୪ଟା ସମୟରେ ଟ୍ରାକ୍ଟର ଓଲଟି ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ଜଣକ ହେଲେ ଗୁଦୁରମୁଣ୍ଡା ଗାଁର ଅଖି ମିର୍ଧାଙ୍କ ପୁଅ ସୁଧୀର ମିର୍ଧା (୩୫) । ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ଟିକ୍ରାପଡା ପୋଲିସ ପହଁଚି ତଦନ୍ତ କରୁଥିବା ଜଣାପଡିଛି । ମୃତ ଡ୍ରାଇଭର ଦୁଇଟି ପୁଅ ଥିବା ଜଣାପଡିଛି ।

Leave A Reply

Your email address will not be published.