om academy

ଟିକ୍ରାପଡା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ : ଗାନ୍ଧୀପାଠାଗାର କମିଟି ସମସ୍ତ ଦାୟିତ୍ୱ ବହନ କରିବ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ସ୍ଥାନୀୟ ଟିକ୍ରାପଡା ଦୁର୍ଗାପୁଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ଗାନ୍ଧପାଠାଗାରରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କମିଟିର ସଂପାଦକ ପ୍ରଦୀପ ସାହୁ ସମସ୍ତଙ୍କୁ ସ୍ୱାଗତ ଓ ନୁଆଁଖାଇ ଶୁଭେଚ୍ଛା ଜଣାଇବା ସହ ବିଗତ ବର୍ଷର ବିବରଣୀ ପାଠ କରିଥିଲେ । ପରେ ପରେ ସଂପାଦକ ସଭାପତିଙ୍କୁ ମଞ୍ଚ କାର୍ୟ୍ୟ ପରିଚାଳନା ସହିତ ଏ ବର୍ଷ ଅନୁଷ୍ଠିତ ହେବାକୁ ଦୁର୍ଗପୁଜା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଥିଲେ । ବିଗତ ବର୍ଷ ଗୁଡିକିରେ ହୋଇଥିବା ଭୂଲ ନ ଦୋହରାଇବା ସହ ଏବର୍ଷ କୋଭିଡ ନିୟମ ଅନୁସାରେ ସମସ୍ତ କାର୍ୟ୍ୟକ୍ରମ ପୂରଣ କରାଯିବ । ସେହିପରି ଏବର୍ଷ ମଧ୍ୟ ଗାନ୍ଧୀ ପାଠାଗାର କମିଟି ପୂଜାର ସମସ୍ତ ମୁଖ୍ୟ ଦାୟିତ୍ୱ ବହନ କରିବ । ତଦନୁସାରେ ପ୍ରକାଶ ନେପାକ ସଭାପତି, ସନ୍ତକ ବହିଦାର ଉପସଭାପତି, ପ୍ରଦୀପ ସାହୁ ସଂପାଦକ, ଜିତେନ୍ଦ୍ର ନାଗ ସହ ସଂପାଦକ, ରାଜେନ୍ଦ୍ର ପାଣୀ କୋଷାଧ୍ୟକ୍ଷ ଦାୟିତ୍ୱ ତୁଳାଇବେ । ତା’ ସହିତ ଏକ ୫ ଜଣିଆ ଏକ ଆୟୋଜକ କମିଟି ମଧ୍ୟ ଗଠନ କରାଯାଇଛି । ଉକ୍ତ କମିଟିରେ ଚିତ୍ତରଂଜନ ସାହୁ, ରିୟାଜ ଖାନ, ଟୁନା ହୋତା, ଅଜିତ ପଣ୍ଡା ଓ ପ୍ରବୀଣ ଦର୍ଜୀ ପ୍ରମୁଖ ରହିଛନ୍ତି । ଭଗବାନ ବଗର୍ତ୍ତି ଓ ବୈଷ୍ଣବ ସାହୁ ଉପଦେଷ୍ଟା ଭାବେ ଦାଇତ୍ୱ ତୁଲାଇବେ । ଆସନ୍ତ ରବିବାର ଦିନ ଗାନ୍ଧୀ ପାଠାଗାର ତରଫରୁ ଏକ ନୁଆଁଖାଇ ଭେଟଗାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ସୂଚନା ରହିଛି । ଆଜିର ଏହି କାର୍ୟ୍ୟକ୍ରମରେ ଗାନ୍ଧୀ ପାଠାଗାରର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.