ଶତାଧିକ ମହିଳା ଓ ସଚେତନ ନାଗରିକଙ୍କ ପକ୍ଷରୁ ଟାଉନ ଥାନା ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବଢ଼ି ଚାଲିଛି ଦିନକୁ ଦିନ ଅପରାଧ । ଭୁଷୁଡ଼ି ପଡ଼ୁଛି ଆଇନ ବ୍ୟବସ୍ଥା । ଗୁଣ୍ଡାଗର୍ଦ୍ଦିରେ ଲୋକେ ଅତିଷ୍ଠ ହୋଇଗଲେଣି । ଏଭଳି ଅବସ୍ଥାର ସମାଧାନ ପାଇଁ ସଚେତନ ନାଗରିକ ଓ ଜନସାଧାରଣଙ୍କ ପକ୍ଷରୁ ଆଜି ଟାଉନ୍‌ ଥାନା ଘେରାଉ କରାଯାଇଛି । କୁହାଯାଇଛି, ଅଳ୍ପ କିଛିଦିନ ତଳେ ଜଣେ ଯୁବକ ଟାଙ୍ଗିଆ ଧରି ଡେଲିମାର୍କେଟ୍‌ର ପନିପରିବା ବ୍ୟବସାୟୀଙ୍କୁ ଆକ୍ରମଣ କରିଥିବା ବେଳେ ଆପୋଷ ବୁଝାମଣା ବାହାନାରେ ଅଭିଯୁକ୍ତକୁ ପୋଲିସ ଛାଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଶତାଧିକ ସଚେତନ ମହିଳା ଓ ସାଧାରଣ ଲୋକେ । ତେବେ ଏହି ଥାନା ଘେରାଉ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ କୋଶଳ କଳାମଣ୍ଡଳରୁ ଶତାଧିକ ପୁରୁଷ ମହିଳା ଏକ ରାଲିରେ ବାହାରି ଟାଉନ୍‌ ଥାନାରେ ପହଂଚିଥିଲେ ଏବଂ ଟାଉନ ଘେରାଉ କରି ସହରକୁ ଗୁଣ୍ଡାଗର୍ଦ୍ଦିମୁକ୍ତ କରିବା ପାଇଁ ଦାବୀ ବାଢ଼ିଥିଲେ । ଅନୁଷ୍ଠିତ ରାଲିରେ ଅନ୍ୟମାନଙ୍କ ସହ ପୂର୍ବତନ ପୌରପାଳିକା ଅଧ୍ୟକ୍ଷା ସନ୍ତୋଷିନୀ ବେହେରା ଯୋଗ ଦେଇଥିବା ବେଳେ ଆଇନ ସମସ୍ତଙ୍କ ପାଇଁ ସମାନ ହେଉ ଓ ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନାରେ ସମସ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବୀ ରଖିଥିଲେ ।

Leave A Reply

Your email address will not be published.