ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଏନ୍‌ଏସି ଇଓ ଅଭିନାଶ ମିଶ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ୱାର୍ଡରେ ମୁକ୍ତା ଯୋଜନାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏନ୍‌ଏସି ଇଓ ଅବିନାଶ ମିଶ୍ର । ୩ ନମ୍ବର ୱାର୍ଡର ଦୁର୍ଗାଦେବୀ ସାହି ପୁଇଁତୋଳା ରୋଡ଼, ୱାର୍ଡ ନଂ ୬ର ପାର୍କିଂ ସ୍ଥଳ, ୫ ନମ୍ବର ୱାର୍ଡର ଭେଣ୍ଡିଙ୍ଗ ଜୋନ, ୱାର୍ଡ ନଂ ୧ର ଚୌଧୁରୀ ସାହି କଲ୍ୟାଣମଣ୍ଡପ, କଲ୍ୟାଣ ମଣ୍ଡପଠାରେ ନିର୍ମାଣ ହେବାକୁ ଥିବା ଶିଶୁ ଉଦ୍ୟାନ ଓ ପାର୍କିଂ ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ କିପରି ଚାଲିଛି ଇଓ ଶ୍ରୀ ମିଶ୍ର ପଚାରି ବୁଝିଥିଲେ । ପରେ ବଡ଼ବଜାରରେ ରୋଡ଼ ପାର୍ଶ୍ଵରେ ଥିବା ଗୁପଚୁପ ଠେଲା ଗାଡି ଗୁଡିକ ହଟାଇ ସେଠାରେ ପାର୍କିଂ ସ୍ଥଳୀ ନିର୍ମାଣ କରାଯିବା ଲାଗି ବଜାର ବଣିକ ସଙ୍ଘ ସଭାପତି ଶଙ୍କର ବାରିକି, ସମ୍ପାଦକ କାଁହୁ ଚରଣ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଏଥିସହ ବଡ ବଜାରଠାରୁ ସାନ ବଜାର ପର୍ଯ୍ୟନ୍ତ ରୋଡ଼ ସାଇଡରେ କୌଣସି ଗୋଟିଏ ବି ଠେଲା ଗାଡିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଆଲୋଚନା ହୋଇଥିଲା । ତତ୍‌ ସଙ୍ଗେ ସଙ୍ଗେ ବର୍ଷା ଦିନ ପୂର୍ବରୁ ସମସ୍ତ ୱାର୍ଡର ଡ୍ରେନେଜ ନିର୍ମାଣ ଓ ମରାମତି କାର୍ଯ୍ୟ ଶୀଘ୍ର ସାରିବାକୁ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ଇଓ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି । ଏଥିସହ ମାଛ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଦେଖି ଇଓ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.