pakka

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କରୋନା ପଜେଟିଭ୍

bbehera

ଭୁବନେଶ୍ୱର, (କେପିଏନ୍ଏସ୍) : କରୋନାର କଳା ବାଦଲ ଘୋଟି ଚାଲିଛି ସାରା ବିଶ୍ୱରେ । ମାନୁନି କୌଣସି ଆକଟ । ଛୋଟ ବଡ଼, ଧନୀ ଗରିବ, ନାମୀ ଦାମୀ କାହାକୁ ଛାଡ଼ୁନି । ସୁଯୋଗ ପାଇଲେ ମାଡ଼ିବସୁଛି ଯେମିତି । ରାଜନେତାଙ୍କ ଠାରୁ ଆରମ୍ଭ କରି ଗରିବ, ଖଟିଖିଆ ପର୍ଯ୍ୟନ୍ତ କେହି ତା’ଠାରୁ ମୁକ୍ତ ନୁହନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ କରୋନା ପଜେଟିଭ୍ ଆସିଥିବା ଖବରରେ କୁହାଯାଇଛି । ଏ ସଂପର୍କରେ ସେ ନିଜେ ଟୁଇଟ୍ କରି ଜଣାଇଛନ୍ତି । ନିକଟରେ ତାଙ୍କ ସହ ମିଳାମିଶା କରିଥିବା ସମସ୍ତେ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ ସେ କହିଛନ୍ତି ।

jay balangir
Leave A Reply

Your email address will not be published.

five × one =